ମମତା, ସୁଜିତଙ୍କ ପରେ ଆଉ ୨ ଜଣ ଛାଡ଼ିବେ ବିଜେଡି: ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବଡ଼ ବୟାନ ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ବର: ଖୁବ୍ ଶୀଘ୍ର ବିଜେଡି ଛାଡି ଆଉ ବିଜେପିରେ ମିଶିବେ ୨ ରାଜ୍ୟସଭା ସାଂସଦ। ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ବିଧାୟକଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଛି। ସେହିପରି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ବିଜେପି ଯୋଗାଯୋଗରେ ବହୁ ବିଜେଡି ବିଧାୟକ ଓ ସାଂସଦ ରହିଥିବା କହିଛନ୍ତି। ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରେ ଆହୁରି ଅନ୍ୟ ରାଜ୍ୟସଭା ସାଂସଦ ବିଜେଡିରୁ ବିଜେପିକୁ […]

ମମତା, ସୁଜିତଙ୍କ ପରେ ଆଉ ୨ ଜଣ ଛାଡ଼ିବେ ବିଜେଡି: ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବଡ଼ ବୟାନ ପରେ ଜୋର ଧରିଲା ଚର୍ଚ୍ଚା
ଭୁବନେଶ୍ବର: ଖୁବ୍ ଶୀଘ୍ର ବିଜେଡି ଛାଡି ଆଉ ବିଜେପିରେ ମିଶିବେ ୨ ରାଜ୍ୟସଭା ସାଂସଦ। ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ବିଧାୟକଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଛି। ସେହିପରି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ବିଜେପି ଯୋଗାଯୋଗରେ ବହୁ ବିଜେଡି ବିଧାୟକ ଓ ସାଂସଦ ରହିଥିବା କହିଛନ୍ତି। ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରେ ଆହୁରି ଅନ୍ୟ ରାଜ୍ୟସଭା ସାଂସଦ ବିଜେଡିରୁ ବିଜେପିକୁ ଯିବେ। ଖୁବ୍ ଶୀଘ୍ର ୨ ଜଣ ସାଂସଦ ଦଳ ଛାଡ଼ି ବିଜେପିରେ ମିଶିବେ। ଜଣେ ବରିଷ୍ଠ ଓ ଜଣେ ଯୁବ ସାଂସଦ ବିଜେପିରେ ମିଶିବେ ବୋଲି ବଡ଼ ଦାବି କରିଛନ୍ତି ଅଶୋକ ମହାନ୍ତି। ଖାଲି ସେତିକି ନୁହେଁ, ରାଜ୍ୟ ସଭାରେ ବିଜେଡି ଶୂନ ହୋଇଯିବ ବୋଲି ସେ କହିଛନ୍ତି। ରାଜ୍ୟ ବିଜେପି ପ୍ରଭାରୀ ମଧ୍ୟ ବିଜେପି ଯୋଗାଯୋଗରେ ବହୁ ବିଜେଡି ବିଧାୟକ ଓ ସାଂସଦ ରହିଥିବା ଦାବି କହିଛନ୍ତି। ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ରାଜନୀତିରେ ଅନେକ ଚର୍ଚ୍ଚା, ବିତର୍କ ହୁଏ। ବହୁତ ଗଳ୍ପ ରଚନା ବି ସୃଷ୍ଟି କରାଯାଏ। ରାଜନୀତିରେ ଏହା ନୂଆ କଥା ନୁହେଁ ବୋଲି ପ୍ରସନ୍ନ କହିଛନ୍ତି। ଦଳ ଡେଇଁବା ନେଇ ନିରଞ୍ଜନ ବିଶି ଓ ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ବେଶ୍ ଚର୍ଚ୍ଚାରେ ଥିଲା। କାଳେ ଉଭୟେ ବିଜେଡି ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଅଶୋକ ମହାନ୍ତିଙ୍କ ଚାଞ୍ଚଲ୍ୟକର ବୟାନ ପରେ ପୁଣି ଉଭୟଙ୍କୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଏହାକୁ ଗୁଜବ ବୋଲି ବିଜେଡି ସାଂସଦ ନିରଞ୍ଜନ ବିଶି କହିଛନ୍ତି।