ଛେଣ୍ଡିପଦା ବ୍ଲକ ପାଲଟିବ ପାତାଳପୁରୀ, କୋଇଲାଖଣି ନେଇ ପ୍ରଭାବିତ ହେବେ ଲୋକେ, ବିଗିଡ଼ିଵ ପରିବେଶ

ଅନୁଗୁଳ: ବର୍ଷ ବର୍ଷ ଧରି ତାଳଚେର ଅଞ୍ଚଳରୁ କୋଇଲା ରାଜ୍ୟ କାହିଁକି ଦେଶର ବିଭିନ୍ନ ଶିଳ୍ପ କାରଖାନାକୁ ଯୋଗାଇ ଦିଆଯାଉଛି। ଏବେ ଆଖି ପଡ଼ିଛି ଛେଣ୍ଡିପଦା ବ୍ଲକ ଉପରେ।ଛେଣ୍ଡିପଦା ବ୍ଲକର ୩୪ ଟି ପଞ୍ଚାୟତ କୋଇଲାଖଣି ଅଞ୍ଚଳ। ଏସବୁ ପଞ୍ଚାୟତର ଏକ ରୁ ଦଶ କିଲୋମିଟର ଭିତରେ ଯେତିକି ଜନସାଧାରଣ ରହି ଆସୁଛନ୍ତି ତାହା ପ୍ରାୟ ୧୮ ହଜାର। ଏମାନେ ସିଧାସଳଖ କୋଇଲାଖଣି ଦ୍ଵାରା ପ୍ରଭାବିତ ହେବେ। ଏହି ସବୁ କୋଇଲାଖଣି ଉପରେ ଏମ୍‌‌ସିଏଲ୍‌,ନାଲ୍‌କୋ, ଜିଏମ୍‌ଡିସି, ଟିଜିଡିସି, […]

ଛେଣ୍ଡିପଦା ବ୍ଲକ ପାଲଟିବ ପାତାଳପୁରୀ, କୋଇଲାଖଣି ନେଇ ପ୍ରଭାବିତ ହେବେ ଲୋକେ, ବିଗିଡ଼ିଵ ପରିବେଶ
ଅନୁଗୁଳ: ବର୍ଷ ବର୍ଷ ଧରି ତାଳଚେର ଅଞ୍ଚଳରୁ କୋଇଲା ରାଜ୍ୟ କାହିଁକି ଦେଶର ବିଭିନ୍ନ ଶିଳ୍ପ କାରଖାନାକୁ ଯୋଗାଇ ଦିଆଯାଉଛି। ଏବେ ଆଖି ପଡ଼ିଛି ଛେଣ୍ଡିପଦା ବ୍ଲକ ଉପରେ।ଛେଣ୍ଡିପଦା ବ୍ଲକର ୩୪ ଟି ପଞ୍ଚାୟତ କୋଇଲାଖଣି ଅଞ୍ଚଳ। ଏସବୁ ପଞ୍ଚାୟତର ଏକ ରୁ ଦଶ କିଲୋମିଟର ଭିତରେ ଯେତିକି ଜନସାଧାରଣ ରହି ଆସୁଛନ୍ତି ତାହା ପ୍ରାୟ ୧୮ ହଜାର। ଏମାନେ ସିଧାସଳଖ କୋଇଲାଖଣି ଦ୍ଵାରା ପ୍ରଭାବିତ ହେବେ। ଏହି ସବୁ କୋଇଲାଖଣି ଉପରେ ଏମ୍‌‌ସିଏଲ୍‌,ନାଲ୍‌କୋ, ଜିଏମ୍‌ଡିସି, ଟିଜିଡିସି, ଏନ୍‌ଏଲ୍‌ସି ଇଣ୍ଡିଆ ଆଦିର ନଜର। ଅନେକେ କୋଇଲା ଖଣି ଖନନ ପାଇଁ ଅକ୍ସନ୍‌ ନେଇ ସରକାରଙ୍କ ସହ ଚୁକ୍ତିବଦ୍ଧ ବି ହେଲେଣି। ଛେଣ୍ଡିପଦାର କୋଇଲା ଖଣି ଅଞ୍ଚଳ ଭିତରେ ରହିଛି କୁକୁରପେଟା, ଚାଙ୍ଗୁଡ଼ିଆ, କୋଡାସାହି, ବାହଳ ସାହି, ମାଛକୁଟା, ଟାଙ୍ଗିରି, ପାଟକୁମୁଣ୍ଡା, କମ୍ପସଲା,ବାଗଡିଆ, ବାଲିପଟ୍ଟା, ବ୍ରାହ୍ମଣବିଲ, କଣଲୋଇ, ପାତ୍ରପଡ଼ା, କୋରଡ଼ା, କୋଶଳା ଆଦି ପଞ୍ଚାୟତ। ଏହି ସବୁ ଅଞ୍ଚଳରେ ଯେତେବେଳେ ଓପନ କାଷ୍ଟ ମାଇନ୍ସ୍‌ ହେବ ପରିବେଶ ନିଶ୍ଚିତ ଭାବେ ପ୍ରଭାବିତ ହେବା ଏହି ଅଞ୍ଚଳର ଜଙ୍ଗଲ ପଦା ହେବ, ବନ୍ୟ ପ୍ରାଣୀଙ୍କ ଆବାସସ୍ଥଳୀ ନଷ୍ଟ ହେବ। ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ବିବାଦ ବଢିବ । ଏଣୁ ଏହି ସବୁ ଅଞ୍ଚଳରେ ରହିଥିବା ବନ୍ୟ ପ୍ରାଣୀ ଗାଁ ମୁହାଁ ହେବେ ଫଳରେ ସଂଘର୍ଷ ବଢିବ ଏବଂ ଅଞ୍ଚଳର ଜୈବ ବିବିଧତା ନଷ୍ଟ ହେବ। ଏଣୁ ଏହି ଅଞ୍ଚଳରେ କୋଇଲା ଖଣି ଖୋଳା ଯିବା ପୂର୍ବରୁ ପରିବେଶ ଦୃଷ୍ଟି କୋଣରୁ ଯଦି ଖଣି ପାଖ ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ କରି ସବୁଜିମା ବୃଦ୍ଧି କରାଯିବ, ଭୂତଳ ଜଳ ସଂରକ୍ଷଣ ନେଇ ଧ୍ୟାନ ଦିଆଯିବ ତେବେଯାଇ ମଣିଷ ବାସସ୍ଥଳୀ ପ୍ରଦୂଷଣରହିତ ହୋଇପାରିବ।