କମୁନି ଆଳୁ ଯନ୍ତ୍ରଣା କେଜି ୫୦ ଟଙ୍କା, ଉଦ୍ୟାନ କୃଷି ବିଭାଗର ଆଳୁ ପ୍ରକଳ୍ପ ଫେଲ

ଅନୁଗୁଳ: ଆଜି ବଜାରରେ ଆଳୁ କିଲେ ୫୦ ରୁ ୬୦ ଟଙ୍କା ରେ ବିକ୍ରି ହେଉଛି।ସରକାର ଆଶ୍ଵାସନା ଦେଉଛନ୍ତି କିନ୍ତୁ ଅବସ୍ଥା ନିୟନ୍ତ୍ରଣ ବାହାରେ। ୨୦୧୭-୧୮ ପୂର୍ବରୁ ରାଜ୍ୟରେ ଆଳୁର ଏହି ଅବସ୍ଥା ଥିଲା। ସେତେବେଳେ ରାଜ୍ୟ ଉଦ୍ୟାନ କୃଷି ବିଭାଗ ରାଜ୍ୟରେ ଆଳୁର ଅଭାବକୁ ରୋକିବା ପାଇଁ ଏକ ପ୍ରକଳ୍ପ ରିପୋର୍ଟ ତିଆରି କରି ରାଜ୍ୟ କୃଷି ବିଭାଗକୁ ହସ୍ତାନ୍ତର କରିଥିଲେ। ରାଜ୍ୟରେ ଆଳୁ ଚାଷକୁ ପ୍ରୋତ୍ସାହନ ଦେବା ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ପାଇଁ […]

କମୁନି ଆଳୁ ଯନ୍ତ୍ରଣା କେଜି ୫୦ ଟଙ୍କା, ଉଦ୍ୟାନ କୃଷି ବିଭାଗର ଆଳୁ ପ୍ରକଳ୍ପ ଫେଲ
ଅନୁଗୁଳ: ଆଜି ବଜାରରେ ଆଳୁ କିଲେ ୫୦ ରୁ ୬୦ ଟଙ୍କା ରେ ବିକ୍ରି ହେଉଛି।ସରକାର ଆଶ୍ଵାସନା ଦେଉଛନ୍ତି କିନ୍ତୁ ଅବସ୍ଥା ନିୟନ୍ତ୍ରଣ ବାହାରେ। ୨୦୧୭-୧୮ ପୂର୍ବରୁ ରାଜ୍ୟରେ ଆଳୁର ଏହି ଅବସ୍ଥା ଥିଲା। ସେତେବେଳେ ରାଜ୍ୟ ଉଦ୍ୟାନ କୃଷି ବିଭାଗ ରାଜ୍ୟରେ ଆଳୁର ଅଭାବକୁ ରୋକିବା ପାଇଁ ଏକ ପ୍ରକଳ୍ପ ରିପୋର୍ଟ ତିଆରି କରି ରାଜ୍ୟ କୃଷି ବିଭାଗକୁ ହସ୍ତାନ୍ତର କରିଥିଲେ। ରାଜ୍ୟରେ ଆଳୁ ଚାଷକୁ ପ୍ରୋତ୍ସାହନ ଦେବା ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରକଳ୍ପରେ ସବୁ ବ୍ୟବସ୍ଥା ରହିଥିଲା।ଉକ୍ତ ପ୍ରକଳ୍ପର ଖର୍ଚ୍ଚ ଆର୍‌‌କେଭିୱାଇ ଯୋଜନାରୁ ଭରଣା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେତେବେଳେ ରାଜ୍ୟରେ ୧୫,୦୦୦ ହେକ୍ଟରରେ ଆଳୁ ଚାଷ ହେଉଥିବା ବେଳେ ୨.୫ ଲକ୍ଷ ମେଟ୍ରିକ୍ ଟନ୍‌ ଆଳୁ ଚାଷ କରାଯାଉଥିଲା। ସେତେବେଳେ ହେକ୍ଟର ପିଛା ଆଳୁ ୧୬.୪୮ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ହେଉଥିବା ବେଳେ ଦେଶରେ ହେକ୍ଟର ପିଛା ୨୨.୭୬ ମେଟ୍ରିକ୍‌ ଟନ୍‌ ଆଳୁ ଉତ୍ପାଦନ ହେଉଥିଲା। ରାଜ୍ୟରେ ଆବଶ୍ୟକ ହେଉଥିବା ଆଳୁର କେଵଳ‌ ୨୦ ପ୍ରତିଶତ ଭରଣା ହୋଇ ପାରୁଥିଲା। ଆଳୁର ଏହି ଅଭାବ ପୂରଣ ପାଇଁ ଚାଷୀ ମାନଙ୍କୁ ସୁବିଧାରେ ଆଳୁ ବିହନ, ସାର, ପୋକ ମରା ଔଷଧ ଆଦି ଯୋଗାଇ ଦିଆଯିବା ସହ ଆଳୁର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନିର୍ମାଣ କରାଯିବା ଉପରେ ଗୁରୁତ୍ବ ଦିଆଗଲା।ଶୀତଳ ଭଣ୍ଡାର ମାଲିକମାନେ ଏକ ଚୁକ୍ତି ନାମା ଜରିଆରେ ଚାଷୀ ମାନଙ୍କୁ ଆଳୁ ବିହନ ଯୋଗାଇଦେବେ ଏବଂ ଉତ୍ପାଦିତ ଆଳୁର ୭୫ ପ୍ରତିଶତ ଶୀତଳ ଭଣ୍ଡାର ରେ ରଖିବେ।ଓଡ଼ିଶାର ପୁରୀ,କଟକ,କନ୍ଧମାଳ,ମୟୂରଭଞ୍ଜ, ବାଲେଶ୍ଵର,ସମ୍ବଲପୁର,କୋରାପୁଟ ଆଦି ଜିଲ୍ଲାରେ ଅଧିକ ଆଳୁ ହୁଏ। ହେକ୍ଟର ପିଛା ଚାଷୀଙ୍କୁ ୧୫,୧୫୦ ଟଙ୍କା ସହାୟତା ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ହେଲା। ସୂର୍ଯ୍ୟ, ଲାଳିମା,ଜ୍ୟୋତି,ଚନ୍ଦ୍ରମୁଖୀ,ବାଦଶାହ,ସିନ୍ଦୁରି ଆଦି ଆଳୁ କିସମ ଚାଷ ହେବ ବୋଲି ନିଷ୍ପତ୍ତି ନିଆଗଲା। କିନ୍ତୁ ଏହି ପ୍ରକଳ୍ପ ସେତେବେଳେ କେବଳ କାଗଜପତ୍ରରେ ହିଁ‌ ରହିଗଲା।ଆନ୍ତରିକତା ଅଭାବରୁ ନା ଆଳୁ ଚାଷୀଙ୍କୁ ମିଳିଲା ସହାୟତା ନା ଶୀତଳ ଭଣ୍ଡାର ମାଲିକ ଳଙ୍କୁ ମିଳିଲା ଆଳୁ। ସମନ୍ୱୟ ଅଭାବରୁ ତେଣୁ ଆଳୁ ପ୍ରକଳ୍ପ ଫେଲ୍‌ ମାରିଲା। ଯାହାର ପରିଣାମ ଆଜି ଓଡିଶା ବାସୀଙ୍କୁ ଭୋଗିବାକୁ ପଡୁଛି। ପଡୋଶୀ ରାଜ୍ୟରୁ ଆଣି ସାମୟିକ ଭାବେ ଆଳୁ ସଙ୍କଟ ଦୁର କରାଯାଇପାରେ ହେଲେ ସବୁଦିନେ ଏହା ସମ୍ଭବ ନୁହେଁ। ଏ ସମ୍ପର୍କରେ ଜଣେ ଘରୋଇ ଶୀତଳ ଭଣ୍ଡାର ମାଲିକ ସତ୍ୟାନନ୍ଦ ଦଳ ବେହେରା କହନ୍ତି‌ ସହଯୋଗ ଓ ସମନ୍ୱୟ ଅଭାବରୁ ଆଳୁ ମିଶନ ଫେଲ୍‌ ହେଲା। ଚାଷୀ ଆଳୁ ଚାଷରେ ଆତ୍ମ ନିର୍ଭରଶିଳ ହେଲେ ଏବଂ ବଳକା ରହିଲେ ସଂରକ୍ଷଣ କରିବା। ଆଳୁ ନ ବଳିଲେ ଆମେ କଣ କରିବୁ? ତେଣୁ ଏବେ ନୂଆ ସରକାର ରାଜ୍ୟରେ ଆଳୁ ଚାଷର ବିକାଶ ପାଇଁ ଧ୍ୟାନ ଦିଅନ୍ତୁ ନଚେତ୍‌ ଭାବିଲା ବେଳକୁ ପରିସ୍ଥିତି ଅଣାୟତ୍ତ ହୋଇ ଯାଇଥିବ ।