ପୂର୍ଣ୍ଣିମାରେ ଭାସିଗଲେ ପୂର୍ଣ୍ଣିମା: ଗାଧୋଇବା ବେଳେ କେନାଲରେ ଭାସି ମହିଳା ନିଖୋଜ

ଅନୁଗୁଳ: ପୂର୍ଣ୍ଣିମାରେ ଭାସିଗଲେ ପୂର୍ଣ୍ଣିମା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ପଞ୍ଚାୟତର ଜଣେ ମହିଳା କେନାଲରେ ଗାଧୋଇଲା ବେଳେ ଭାସିଯାଇଛନ୍ତି। ଭାସିଯାଇଥିବା ମହିଳା ହେଲେ ବୁଢ଼ାପଙ୍କ ଗ୍ରାମର ଗଡ଼ ସାହି ବାସିନ୍ଦା ଅଶୋକ ସାମଲଙ୍କ ପୂର୍ଣ୍ଣିମା ସାମଲ (୨୨)। ପରିବାର ଲୋକଙ୍କ ସୂଚନା ମୁତାବକ, ପୂର୍ଣ୍ଣିମା ନିଜ ଖୁଡ଼ି, ଯାଆ, ଅପା, ଭାଣିଜୀଙ୍କ ସହ ସକାଳ ପ୍ରାୟ ୫.୩୦ ବେଳେ ଗାଧୋଇବାକୁ ଯାଇଥିଲେ। ସେଠାରେ ସେ ଭାରସାମ୍ଯ ହରାଇ ପାଣି ସ୍ରୋତରେ ଭାସି ଯାଇଥିଲେ। […]

ପୂର୍ଣ୍ଣିମାରେ ଭାସିଗଲେ ପୂର୍ଣ୍ଣିମା: ଗାଧୋଇବା ବେଳେ କେନାଲରେ ଭାସି ମହିଳା ନିଖୋଜ
ଅନୁଗୁଳ: ପୂର୍ଣ୍ଣିମାରେ ଭାସିଗଲେ ପୂର୍ଣ୍ଣିମା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ପଞ୍ଚାୟତର ଜଣେ ମହିଳା କେନାଲରେ ଗାଧୋଇଲା ବେଳେ ଭାସିଯାଇଛନ୍ତି। ଭାସିଯାଇଥିବା ମହିଳା ହେଲେ ବୁଢ଼ାପଙ୍କ ଗ୍ରାମର ଗଡ଼ ସାହି ବାସିନ୍ଦା ଅଶୋକ ସାମଲଙ୍କ ପୂର୍ଣ୍ଣିମା ସାମଲ (୨୨)। ପରିବାର ଲୋକଙ୍କ ସୂଚନା ମୁତାବକ, ପୂର୍ଣ୍ଣିମା ନିଜ ଖୁଡ଼ି, ଯାଆ, ଅପା, ଭାଣିଜୀଙ୍କ ସହ ସକାଳ ପ୍ରାୟ ୫.୩୦ ବେଳେ ଗାଧୋଇବାକୁ ଯାଇଥିଲେ। ସେଠାରେ ସେ ଭାରସାମ୍ଯ ହରାଇ ପାଣି ସ୍ରୋତରେ ଭାସି ଯାଇଥିଲେ। ସମ୍ପର୍କୀୟ ତାଙ୍କୁ ଉଦ୍ଧାର ପାଇଁ ଲୁଗା ପକାଇ ଥିଲେ କିନ୍ତୁ ସଫଳ ହୋଇ ପାରିନଥିଲେ। ଗ୍ରାମବାସୀ ଦମକଳ ବାହିନୀଙ୍କୁ ଖବର ଦେବା ପରେ ଦମକଳ ବାହିନୀ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ବଅଁରପାଳ ପୋଲିସ, ତହସିଲଦାର, ଆର ଆଇ ଓ ଜିଲ୍ଲା ଦମକଳବାହିନୀ ଅଧିକାରୀ ପହଞ୍ଚିଛନ୍ତି। ପ୍ରାୟ ୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ମହିଳାଙ୍କୁ ଉଦ୍ଧାର କରାଯାଇପାରି ନାହିଁ।