ସାପ କାମୁଡ଼ାରେ ପରିବେକ୍ଷଣ ଛାତ୍ରାବାସର ଅନ୍ତେବାସୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ପରିବେକ୍ଷଣ ଛାତ୍ରାବାସର ଜଣେ ଅନ୍ତେବାସୀଙ୍କୁ ବୁଧବାର ସକାଳେ ସାପ କାମୁଡ଼ି ଦେଇଥିବା ଜଣାପଡ଼ିଛି। ସାପ କାମୁଡ଼ିବା ପରେ ତାଙ୍କୁ ଛାତ୍ରାବାସ ପକ୍ଷରୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବାଳକ ଜଣକର ସ୍ବାସ୍ଥ୍ୟ ସ୍ଥିର ଥିବା ଜଣାପଡ଼ିଛି। ତେବେ ଛାତ୍ରାବାସ ଭିତରେ ସାପ କିଭଳି ପଶିଲା ଏବଂ ପିଲାକୁ କାମୁଡ଼ିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ସମ୍ଭବତଃ ଛାତ୍ରାବାସ ଭିତରେ ପରିମଳ ବ୍ୟବସ୍ଥା ଠିକ୍ ନଥିବା ଜଣା ପଡ଼ୁଛି। ସୂଚନାଯୋଗ୍ୟ ଯେ ଦେଢ଼ମାସ ତଳେ ଏକ […]

ସାପ କାମୁଡ଼ାରେ ପରିବେକ୍ଷଣ ଛାତ୍ରାବାସର ଅନ୍ତେବାସୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ଅନୁଗୁଳ: ଅନୁଗୁଳ ପରିବେକ୍ଷଣ ଛାତ୍ରାବାସର ଜଣେ ଅନ୍ତେବାସୀଙ୍କୁ ବୁଧବାର ସକାଳେ ସାପ କାମୁଡ଼ି ଦେଇଥିବା ଜଣାପଡ଼ିଛି। ସାପ କାମୁଡ଼ିବା ପରେ ତାଙ୍କୁ ଛାତ୍ରାବାସ ପକ୍ଷରୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବାଳକ ଜଣକର ସ୍ବାସ୍ଥ୍ୟ ସ୍ଥିର ଥିବା ଜଣାପଡ଼ିଛି। ତେବେ ଛାତ୍ରାବାସ ଭିତରେ ସାପ କିଭଳି ପଶିଲା ଏବଂ ପିଲାକୁ କାମୁଡ଼ିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ସମ୍ଭବତଃ ଛାତ୍ରାବାସ ଭିତରେ ପରିମଳ ବ୍ୟବସ୍ଥା ଠିକ୍ ନଥିବା ଜଣା ପଡ଼ୁଛି। ସୂଚନାଯୋଗ୍ୟ ଯେ ଦେଢ଼ମାସ ତଳେ ଏକ ଚୋରି କେସରେ ଉକ୍ତ ବାଳକ ଆସିଥିଲା। ତା’ ଘର ଆଠଗଡ଼ ଅଞ୍ଚଳ ବୋଲି ଜଣାଯାଇଛି।