ଦାଣ୍ଡି ଯାତ୍ରା ସ୍ମାରକୀ ପ୍ରତିକୃତି ଖୁବ୍ ଶୀଘ୍ର ଉନ୍ମୋଚିତ ହେବ

ଅନୁଗୁଳ: ଅନୁଗୁଳ ଗାନ୍ଧୀ ଉଦ୍ୟାନ ନିକଟରେ ନିର୍ମାଣାଧୀନ ଦାଣ୍ଡି ଯାତ୍ରା ସ୍ମାରକୀ ପ୍ରତିକୃତି ଖୁବ୍ ଶୀଘ୍ର ଉନ୍ମୋଚିତ ହେବ ବୋଲି ପ୍ରକାଶ କରିଛନ୍ତି ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ। ଏଟିଭିକୁ ଏକ ସାକ୍ଷାତକାରରେ ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି କି ଭାରତ ଇତିହାସରେ ଲୁଣ ମାରିବା ପାଇଁ ଗାନ୍ଧିଜୀଙ୍କ ଦାଣ୍ଡି ଯାତ୍ରାର ଏକ ବିଶେଷ ମହତ୍ତ୍ଵ ରହିଛି। ମାର୍ଚ୍ଚ ୧୨ ରୁ ୭୮ ଜଣ ସ୍ବେଛାସେବୀଙ୍କୁ ନେଇ ଦାଣ୍ଡିରେ ପହଞ୍ଚିଲା ବେଳକୁ ସେଠାରେ ପ୍ରାୟ ପଚାଶ […]

ଦାଣ୍ଡି ଯାତ୍ରା ସ୍ମାରକୀ ପ୍ରତିକୃତି ଖୁବ୍ ଶୀଘ୍ର ଉନ୍ମୋଚିତ ହେବ
ଅନୁଗୁଳ: ଅନୁଗୁଳ ଗାନ୍ଧୀ ଉଦ୍ୟାନ ନିକଟରେ ନିର୍ମାଣାଧୀନ ଦାଣ୍ଡି ଯାତ୍ରା ସ୍ମାରକୀ ପ୍ରତିକୃତି ଖୁବ୍ ଶୀଘ୍ର ଉନ୍ମୋଚିତ ହେବ ବୋଲି ପ୍ରକାଶ କରିଛନ୍ତି ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ। ଏଟିଭିକୁ ଏକ ସାକ୍ଷାତକାରରେ ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି କି ଭାରତ ଇତିହାସରେ ଲୁଣ ମାରିବା ପାଇଁ ଗାନ୍ଧିଜୀଙ୍କ ଦାଣ୍ଡି ଯାତ୍ରାର ଏକ ବିଶେଷ ମହତ୍ତ୍ଵ ରହିଛି। ମାର୍ଚ୍ଚ ୧୨ ରୁ ୭୮ ଜଣ ସ୍ବେଛାସେବୀଙ୍କୁ ନେଇ ଦାଣ୍ଡିରେ ପହଞ୍ଚିଲା ବେଳକୁ ସେଠାରେ ପ୍ରାୟ ପଚାଶ ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା। ବ୍ରିଟିଶ ସରକାର ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ଅଭିଯାନ ଦେଖି ଚକିତ ହୋଇଯାଇଥିଲେ। ସେହି ଐତିହାସିକ ଯାତ୍ରାର ଏକ ଝଲକ ପ୍ରତିକୃତିରେ ସ୍ଥାନ ପାଇଛି।ଅନୁଗୁଳର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ବିଜୟ ଏହି ପ୍ରତିକୃତି ନିର୍ମାଣ କରୁଛନ୍ତି। ନିର୍ମାଣ ସରିଲେ ଏହା ଉଦଘାଟିତ ହେବ ବୋଲି ପ୍ରକାଶ କରିଛନ୍ତି ନଗରପାଳ ଶ୍ରୀ ସାମନ୍ତ।