ଆସନ୍ତା ୧୯ ରେ ଏଡିସିସିଆଇ ପକ୍ଷରୁ ମେଗା ରକ୍ତଦାନ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହେବ। ଏଥିନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ରଖିଥିଲେ ପ୍ରତିଷ୍ଠାନର ପୂର୍ବତନ ସଭାପତି ଅଶୋକ କୁମାର ଜୈନ୍। ଜିଲ୍ଲାରେ ଡେଙ୍ଗୁ ଏବଂ ଅନ୍ୟାନ୍ୟ ରୋଗ କାରଣରୁ ରକ୍ତର ଅଭାବ ରହିଛି ତେଣୁ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରତିଷ୍ଠାନର କର୍ମକର୍ତ୍ତା ମାନେ ଗତ ଏକ ମାସ ଧରି […]

ଆସନ୍ତା ୧୯ ରେ ଏଡିସିସିଆଇ ପକ୍ଷରୁ ମେଗା ରକ୍ତଦାନ ଶିବିର
ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହେବ। ଏଥିନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ରଖିଥିଲେ ପ୍ରତିଷ୍ଠାନର ପୂର୍ବତନ ସଭାପତି ଅଶୋକ କୁମାର ଜୈନ୍। ଜିଲ୍ଲାରେ ଡେଙ୍ଗୁ ଏବଂ ଅନ୍ୟାନ୍ୟ ରୋଗ କାରଣରୁ ରକ୍ତର ଅଭାବ ରହିଛି ତେଣୁ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରତିଷ୍ଠାନର କର୍ମକର୍ତ୍ତା ମାନେ ଗତ ଏକ ମାସ ଧରି ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ଅନୁଗୁଳ ସବୁ ସ୍ବେଛାସେବୀ ସଂଗଠନ,ବାଣିଜ୍ୟ କେନ୍ଦ୍ର,ଶିକ୍ଷାନୁଷ୍ଠାନ ସହ ଯୋଗାଯୋଗ କରାଯାଇଛି। ଆମେ ରେକର୍ଡ ପରିମାଣର ରକ୍ତ ସଂଗ୍ରହ କରିବାକୁ ଲକ୍ଷ ରଖିଛୁ ବୋଲି ଶ୍ରୀ ଜୈନ୍ ସାମ୍ବାଦିକ ମାନଙ୍କୁ ଜଣାଇଥିଲେ। ଏହି ଶିବିରରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ସମେତ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତାର ପ୍ରମୁଖ ଅତିଥି ଭାବେ ଯୋଗ ଦେବେ ବୋଲି ଉଦ୍ୟୋକ୍ତା ମାନେ ପ୍ରକାଶ କରିଥିଲେ। ଶିବିର ପାଇଁ ସମସ୍ତ ପ୍ରସ୍ତୁତି ସରିଛି ଏବଂ ରକ୍ତ ସଂଗ୍ରହ ପାଇଁ ଅନୁଗୋଳ ରକ୍ତ ଭଣ୍ଡାର ସମେତ କଟକ ଏବଂ ତାଳଚେରରୁ ଟିମ୍ ଆସିବେ ବୋଲି କୁହାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାନର ସଭାପତି ଦୀପକ ବର୍ମା, କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ରଞ୍ଜନ ସାହୁ, ମୁଖ୍ୟ ସଂଯୋଜକ ବିକ୍ରମ ଅଗ୍ରୱାଲ, ପ୍ରତିଷ୍ଠାନର ଉପସଭାପତି ସେଖ ରଫିକ ଏବଂ କଲ୍ୟାଣ ବିଭାଗ ପ୍ରମୁଖ ଚନ୍ଦ୍ରକାନ୍ତ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।