ଚିକିତ୍ସା ପାଇଁ ନାହିଁ ଅର୍ଥ: କ୍ୟାନସରରେ ଯୁଝୁଛନ୍ତି ସୁକାନ୍ତୀ, ବଞ୍ଚିବା ପାଇଁ ଲୋଡ଼ୁଛନ୍ତି ସାହାଯ୍ୟ
ଅନୁଗୁଳ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଦୂରାରୋଗ କର୍କଟରେ ପୀଡ଼ିତ ହୋଇ ସାହାଯ୍ୟ ମାଗୁଛନ୍ତି ସୁକାନ୍ତୀ। କ୍ୟାନସର ଭଳି ମାରାତ୍ମକ ରୋଗକୁ ସାମ୍ନା କରିବାକୁ ନା’ ତାଙ୍କ ପାଖେ ଅଛି ଅର୍ଥବଳ ନା’ ଲୋକ ବଳ। ତିନି ବର୍ଷ ତଳେ ଦୁର୍ଘଟଣାରେ ୧୮ ବର୍ଷର ଯବାନ ପୁଅକୁ ବି ହରାଇଛନ୍ତି। ଏଣୁ ଏକ ପ୍ରକାରର ଅସହାୟ ହୋଇପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମ ପଞ୍ଚାୟତ ପାଟଣା ସାହି ନିବାସୀ […]
ଅନୁଗୁଳ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଦୂରାରୋଗ କର୍କଟରେ ପୀଡ଼ିତ ହୋଇ ସାହାଯ୍ୟ ମାଗୁଛନ୍ତି ସୁକାନ୍ତୀ। କ୍ୟାନସର ଭଳି ମାରାତ୍ମକ ରୋଗକୁ ସାମ୍ନା କରିବାକୁ ନା’ ତାଙ୍କ ପାଖେ ଅଛି ଅର୍ଥବଳ ନା’ ଲୋକ ବଳ। ତିନି ବର୍ଷ ତଳେ ଦୁର୍ଘଟଣାରେ ୧୮ ବର୍ଷର ଯବାନ ପୁଅକୁ ବି ହରାଇଛନ୍ତି। ଏଣୁ ଏକ ପ୍ରକାରର ଅସହାୟ ହୋଇପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମ ପଞ୍ଚାୟତ ପାଟଣା ସାହି ନିବାସୀ ସୁକାନ୍ତୀ ନାହାକ।
ସୁକାନ୍ତି ଦୀର୍ଘ ବର୍ଷ ହେବ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଅନେକ ବର୍ଷ ତଳେ ତାଙ୍କ ପେଟରେ ଅସ୍ତ୍ରୋପଚାର ହୋଇଥିଲା। ବେସରକାରୀ କ୍ଲିନିକ ଡାକ୍ତରଙ୍କ ଅବହେଳା ଯୋଗୁଁ ପରିସ୍ରା ଶିର କଟିଯିବା ପରେ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ କଟକ ବଡ଼ ମେଡିକାଲ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ରୋଗ କମିବା ବଦଳରେ ବଢ଼ିବାରେ ଲାଗିଲା।
ସେ ଦୁଃଖ ଉପରେ ପୁଣି ଦଇବ ଆଉ ଏକ ବିରାଟ କଷ୍ଟ ଦେଇଗଲା। ଭେଣ୍ଡିଆ ପୁଅର ତିନି ବର୍ଷ ପୂର୍ବରୁ ଦୁର୍ଘଟଣାରେ ଜୀବନ ଯାଇଛି। ୧୮ ବର୍ଷର ଯବାନ ପୁଅକୁ ହରାଇ ନିଃସ୍ୱ ହୋଇପଡ଼ିଛନ୍ତି। ଶରୀର ସହ ଏବେ ମାନସିକ କଷ୍ଟ ବି ବଢ଼ିଯାଇଛି।
ଯାହା ଅର୍ଥ ଥିଲା ଚିକିତ୍ସା ଓ ମେଡ଼ିସିନରେ ଖର୍ଚ୍ଚ ହୋଇଯାଇଛି। ଏବେ ସାହି ଯୁବକ ଓ ପଡିଶା ଲୋକଙ୍କ ସହାୟତାରେ ଦିନକୁ ଦୁଇ ଓଳି ଖାଇବାକୁ ମିଳୁଛି। ଏମିତି ସ୍ଥିତିରେ ଚିକିତ୍ସା କଥା ପଚାରେ କିଏ। ଚିକିତ୍ସା ଓ ମେଡିସିନ ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ବେଳେ କୌଣସି ପ୍ରକାରର ପ୍ରଶାସନିକ କିମ୍ବା ସରକାରୀ ସହାୟତା ବର୍ତ୍ତମାନ ପର୍ଯ୍ୟନ୍ତ ସୁକାନ୍ତିକୁ ମିଳିନାହିଁ। ଏଣୁ ନିତି ସେ ବଞ୍ଚିବା ପାଇଁ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏଣୁ ସୁକାନ୍ତୀଙ୍କୁ ସାହାଯ୍ୟ କରିବାକୁ ସାହି ପଡ଼ିଶା ଏବଂ ସ୍ୱେଚ୍ଛାସେବୀ ଚିନ୍ମୟୀ ଦାସ ନିବେଦନ କରିଛନ୍ତି।
ଯଦି କେହି ବଦାନ୍ୟ ବ୍ୟକ୍ତି ସୁକାନ୍ତିଙ୍କ ଚିକିତ୍ସା ପାଇଁ ଆର୍ଥିକ ସହଯୋଗ କରିବାକୁ ଚାହୁଁଛନ୍ତି ତେବେ Phone Pe No-8594865968,ତାଙ୍କ ଇକୋ ବ୍ୟାଙ୍କ Ac/No- 13870110090022, IFSC – UCBA0001387ରେ ଆର୍ଥିକ ସହାୟତା କରି ପାରିବେ।