ତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇଏଏସ୍ ସମୀର କୁମାର ଜେନା

ଅନୁଗୁଳ: ଆଜି ତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର କୁମାର ଜେନା। ସେ ୨୦୨୨ ବ୍ୟାଚ୍ ଆଇଏଏସ୍। ଟ୍ରେନିଂ ପରେ ତାଙ୍କୁ ତାଳଚେର ଉପଜିଲ୍ଲାପାଳ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ନୂତନ ଉପଜିଲ୍ଲାପାଳଙ୍କୁ ଆଜି କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ। ଉପଜିଲ୍ଲାପାଳ ମଧ୍ୟ ଯୋଗଦାନ ପରେ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ ସେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଅନୁଗୁଳ ଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ବିଦାୟୀ […]

ତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇଏଏସ୍ ସମୀର କୁମାର ଜେନା
ଅନୁଗୁଳ: ଆଜି ତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର କୁମାର ଜେନା। ସେ ୨୦୨୨ ବ୍ୟାଚ୍ ଆଇଏଏସ୍। ଟ୍ରେନିଂ ପରେ ତାଙ୍କୁ ତାଳଚେର ଉପଜିଲ୍ଲାପାଳ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ନୂତନ ଉପଜିଲ୍ଲାପାଳଙ୍କୁ ଆଜି କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ। ଉପଜିଲ୍ଲାପାଳ ମଧ୍ୟ ଯୋଗଦାନ ପରେ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ ସେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଅନୁଗୁଳ ଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ବିଦାୟୀ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଆଜି ଅଫିସ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।