ପୁଣି ଅଶାନ୍ତ ହେଲା ଶ୍ରୀକ୍ଷେତ୍ର; ଗ୍ରୋସୋରି ଦୋକାନକୁ ବୋମାମାଡ଼ କଲେ ୩ ଦୁର୍ବୃତ୍ତ

ପୁରୀ ୨୧/୦୬ : ରଥଯାତ୍ରା ଆଉ ମାତ୍ର ୯ ଦିନ ବାକି ଥିବାବେଳେ ପୁଣି ଅଶାନ୍ତ ହୋଇଛି ଶ୍ରୀକ୍ଷେତ୍ର। ଗ୍ରୋସରୀ ଦୋକାନ ଉପରକୁ ତିନିଜଣ ଦୁର୍ବୃତ୍ତ ବୋମାମାଡ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାର ପାଖ ଭାରତ ସେବାଶ୍ରମ ପାଖରେ ଥିବା ଶକୁନ୍ତଳା ନାୟକଙ୍କ ଗ୍ରୋସରୀ ଦୋକାନ ଉପରକୁ ହୋଇଛି ବୋମାମାଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ବଳିଆପଣ୍ଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଶକୁନ୍ତଳା ନାୟକଙ୍କ ଗ୍ରୋସରୀ ଦୋକାନ ଆଗରେ ଥିବା ଅନ୍ୟ ଜଣେ ଗ୍ରୋସରୀ ଦୋକାନୀ ଏହି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୋଟିଏ ବୋମାମାଡ଼ କରି ଫେରାର ହୋଇଯାଇଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। 