ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରି ଫିଙ୍ଗି ଦେଇଥିଲା ଦ୍ଵିତୀୟ ସ୍ୱାମୀ, କେମିତି ମାରିଥିଲା ପୋଲିସକୁ ଦେଖାଇଲା ଡେମୋ

ଅନୁଗୁଳ: ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରି ଫିଙ୍ଗି ଦେଇଥିବା ସ୍ୱାମୀକୁ ବାନ୍ଧିଛି ଅନୁଗୁଳ ପୋଲିସ। ଗିରଫ ଅଭିଯୁକ୍ତ ହେଲା ପର୍ଜଙ୍ଗ ଥାନା ଗେଙ୍ଗୁଟିଆ କଲୋନୀ-୩ ର ଶୁକଦେବ ନାଏକ ଓରଫ ଶୁକଦେବ ଗୋଛାୟତ(୩୦)। ଗତ ୨୭ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା ବେଳେ ପୋଲିସ ଆଜି ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଛି। ସୂଚନା ଅନୁସାରେ, ଅନୁଗୁଳସ୍ଥିତ ସୌଭାଗ୍ୟନଗରର ଏକ ପଡ଼ିଆରୁ ରମା ଗୋଚ୍ଛାୟତଙ୍କ ଝିଅ ବିନୋଦିନୀ ଗୋଚ୍ଛାୟତଙ୍କ ମୃତଦେହ ମିଳିଥିଲା। ତାଙ୍କ ଦ୍ବିତୀୟ […]

ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରି ଫିଙ୍ଗି ଦେଇଥିଲା ଦ୍ଵିତୀୟ ସ୍ୱାମୀ, କେମିତି ମାରିଥିଲା ପୋଲିସକୁ ଦେଖାଇଲା ଡେମୋ
ଅନୁଗୁଳ: ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରି ଫିଙ୍ଗି ଦେଇଥିବା ସ୍ୱାମୀକୁ ବାନ୍ଧିଛି ଅନୁଗୁଳ ପୋଲିସ। ଗିରଫ ଅଭିଯୁକ୍ତ ହେଲା ପର୍ଜଙ୍ଗ ଥାନା ଗେଙ୍ଗୁଟିଆ କଲୋନୀ-୩ ର ଶୁକଦେବ ନାଏକ ଓରଫ ଶୁକଦେବ ଗୋଛାୟତ(୩୦)। ଗତ ୨୭ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା ବେଳେ ପୋଲିସ ଆଜି ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଛି। ସୂଚନା ଅନୁସାରେ, ଅନୁଗୁଳସ୍ଥିତ ସୌଭାଗ୍ୟନଗରର ଏକ ପଡ଼ିଆରୁ ରମା ଗୋଚ୍ଛାୟତଙ୍କ ଝିଅ ବିନୋଦିନୀ ଗୋଚ୍ଛାୟତଙ୍କ ମୃତଦେହ ମିଳିଥିଲା। ତାଙ୍କ ଦ୍ବିତୀୟ ସ୍ବାମୀ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ମହିଳାଙ୍କ ମା’ ଅଭିଯୋଗ କରିଥିଲେ। ଏହା ପରେ ଅନୁଗୁଳ ଥାନା ପୋଲିସ ୬୮୨/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଅନ୍ୟପଟେ ହତ୍ୟାକାଣ୍ଡ ଭିଆଇ ସାରିବା ପରେ ଦ୍ବିତୀୟ ସ୍ବାମୀ ଶୁକଦେବ ଗୋଚ୍ଛାୟତ ଫେରାର୍ ହୋଇଯାଇଥିଲେ। ତଦନ୍ତ ସମୟରେ ପୋଲିସ ଶୁକଦେବ ଏହି ହତ୍ୟା କରିଥିବା ସୁରାକ ପାଇଥିଲା। ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ତାଙ୍କୁ ଢେଙ୍କାନାଳରୁ ଗିରଫ କରାଯାଇଛି। ଗିରଫ ପରେ ହତ୍ୟାକାଣ୍ଡ ନେଇ ଶୁକଦେବ ସ୍ବୀକାର କରିଛି। ଏପରିକି କେମିତି ଏହି ହତ୍ୟାକାଣ୍ଡ ଭିଆଇଥିଲା, ତା’ର ଡେମୋ କରି ଆଜି ପୋଲିସକୁ ଦେଖାଇଛି। ପରେ ପୋଲିସ ତାକୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ବିନୋଦିନୀ ଗୋଚ୍ଛାୟତ ୧୫ ବର୍ଷ ତଳେ ତୁମୁଣୀ ଗାଁରେ ବିବାହ କରିଥିଲେ। ତାଙ୍କର ୨ଟି ପୁଅ ଓ ୩ଟି ଝିଅ ରହିଛନ୍ତି। କିନ୍ତୁ ୮ ମାସ ପୂର୍ବରୁ ବିନୋଦିନୀ ଢେଙ୍କାନାଳ ଜିଲ୍ଲା ଶୁକଦେବ ଗୋଚ୍ଛାୟତଙ୍କୁ ପ୍ରେମ କରି ତାଙ୍କ ସହ ପଳାଇ ଯାଇଥିଲେ। ଦୁହେଁ ୮ ମାସ ଏକାଠି ରହିବା ପରେ ଗତ ମାସରେ ସୌଭାଗ୍ୟନଗର ଆସିଥିଲେ। ହତ୍ୟାକାଣ୍ଡ ପୂର୍ବ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ପରେ ସ୍ବାମୀ ଶୁକଦେବଙ୍କ ସହ ବିନୋଦିନୀ ରାତିରେ ଘରୁ ବାହାରି ଆସିଥିଲେ। ପରେ ପଡ଼ିଆକୁ ଡାକିନେଇ ପତ୍ନୀଙ୍କ ବେକକୁ ପିନ୍ଧିଥିବା ଲୁଗା ଓ ରୁମାଲରେ ଚିପି ଶୁକଦେବ ହତ୍ୟା କରିଥିଲେ।