ଯୋଗୀଙ୍କୁ ହତ୍ୟା ଧମକ : ହ୍ୱାଟ୍ସଆପ୍‌ରେ ଆସିଛି ମେସେଜ- ‘୪ ଦିନ ଭିତରେ ଯାହା କରିବା କଥା କର’…

ଲକ୍ଷ୍ନୌ, ୦୪।୦୫ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଯୋଗୀଙ୍କୁ ପୁଣି ଥରେ ଜୀବନରେ ମାରିଦେବାକୁ ଧମକ ମିଳିଛି । ୟୁପି ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟସଆପରେ ଏହି ଧମକ ଦିଆଯାଇଛି । ଏହାସହ ୪ ଦିନ ଯୋଗୀ ଯାହା କରିବା କଥା କରନ୍ତୁ ବୋଲି ମଧ୍ୟ ଚ୍ୟାଲେଞ୍ଜ ଦିଆଯାଇଛି । ମାମଲା ସାମ୍ନାକୁ ଆସିବା ପରେ ଲକ୍ଷ୍ନୌର ସୁଶାନ୍ତ ଗୋଲ୍ଫ ସିଟି ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି । କୁହାଯାଉଛି ଯେ, ଏପ୍ରିଲ ୨୯ ତାରିଖରେ ୟୁପି ପୋଲିସର ଜରୁରୀକାଳିନ ସେବା ହ୍ୱାଟସଆପ୍ ନମ୍ବରରେ କେହି ସନ୍ଦିଗ୍ଧ ମେସେଜ୍ କରିଥିଲା । ଏଥିରେ ସେ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ନେଇ ଧମକ ମଧ୍ୟ ଦେଇଥିଲା । ଏହି ମେସେଜରେ ଲେଖାଥିଲା ଯେ, ୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବ । ୪ ଦିନରେ ଯାହା କରିବା କଥା କରନ୍ତୁ ବୋଲି ଏଥିରେ ଉଲ୍ଲେଖ ରହିଥିଲା । ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଟ୍ରେସ୍ କରିବାରେ ଲାଗିଛି । ଅଭିଯୁକ୍ତକୁ ଗିରଫ କରିବାକୁ ପୋଲିସ ଏକ ଟିମ୍ ଗଠନ କରିଛି । ଏହା ପ୍ରଥମ ଥର ନୁହେଁ ଯେ, ଯୋଗୀଙ୍କୁ ହତ୍ୟା ଧମକ ଦିଆଯାଇଛି । ଏହାପୂର୍ବରୁ ମେ ୨୦୨୦ରେ ତାଙ୍କୁ ବୋମାରେ ଉଡାଇ ଦେବା ନେଇ ଧମକ ମିଳିଥିଲା । ଏଥିରେ ଏକ ବିଶେଷ ସମୁଦାୟ ଉପରେ ବିପଦ ଥିବାରୁ ଯୋଗୀଙ୍କୁ ହତ୍ୟା କରାଯିବ ବୋଲି କୁହାଯାଇଥିଲା ।