ଏଣିକି ଟ୍ରେନରେ ବି ଅର୍ଡର କରିପାରିବେ ଖାଦ୍ୟ, ଜୋମାଟୋ ଲଞ୍ଚ କଲା ନୂଆ ସର୍ଭିସ

ନୂଆଦିଲ୍ଲୀ: ଏବେ ଟ୍ରେନରେ ବି ନିଜ ମନ ପସନ୍ଦ ଖାଦ୍ୟର ନେଇପାରିବେ ମଜା। ଘରେ ବସି ଯେମିତି ଖାଦ୍ୟ ଅର୍ଡର କରୁଛେ, ଠିକ ସେମିତି ଟ୍ରେନରେ ମଧ୍ୟ ଖାଇବା ଉପଲବ୍ଧ ହେବ। ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନରେ ଜୋମାଟୋର ବ୍ୟବସ୍ଥା କରିଛି। ଫଳରେ ଲୋକେ ଏବେ ନିଜ ସିଟ୍‌ରେ ବସି ଆରାମରେ ଜୋମାଟୋରେ ଅନଲାଇନ୍‌ ଖାଦ୍ୟ ଅର୍ଡର କରିପାରିବେ। ଏନେଇ ଜୋମାଟୋ ସିଇଓ ଦେପନ୍ଦର ଗୋଏଲ କହିଛନ୍ତି, ରେଲଓ୍ବେ ନେଟଓ୍ବର୍କରେ ଜୋମାଟୋ ଅନଲାଇନ ମାଧ୍ୟମରେ […]

ଏଣିକି ଟ୍ରେନରେ ବି ଅର୍ଡର କରିପାରିବେ ଖାଦ୍ୟ, ଜୋମାଟୋ ଲଞ୍ଚ କଲା ନୂଆ ସର୍ଭିସ
ନୂଆଦିଲ୍ଲୀ: ଏବେ ଟ୍ରେନରେ ବି ନିଜ ମନ ପସନ୍ଦ ଖାଦ୍ୟର ନେଇପାରିବେ ମଜା। ଘରେ ବସି ଯେମିତି ଖାଦ୍ୟ ଅର୍ଡର କରୁଛେ, ଠିକ ସେମିତି ଟ୍ରେନରେ ମଧ୍ୟ ଖାଇବା ଉପଲବ୍ଧ ହେବ। ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନରେ ଜୋମାଟୋର ବ୍ୟବସ୍ଥା କରିଛି। ଫଳରେ ଲୋକେ ଏବେ ନିଜ ସିଟ୍‌ରେ ବସି ଆରାମରେ ଜୋମାଟୋରେ ଅନଲାଇନ୍‌ ଖାଦ୍ୟ ଅର୍ଡର କରିପାରିବେ। ଏନେଇ ଜୋମାଟୋ ସିଇଓ ଦେପନ୍ଦର ଗୋଏଲ କହିଛନ୍ତି, ରେଲଓ୍ବେ ନେଟଓ୍ବର୍କରେ ଜୋମାଟୋ ଅନଲାଇନ ମାଧ୍ୟମରେ ୧୦୦ରୁ ଅଧିକ ରେଳ ଷ୍ଟେସନରେ ଉପଲବ୍ଧ ହେଉଛି । ଯାତ୍ରୀଙ୍କ ପାଇଁ ଟ୍ରେନର ପ୍ରତି କୋଚ୍‌ ରେ ଖାଦ୍ୟ ପହଞ୍ଚାଯିବ। ଯଦି ଯାତ୍ରା ସମୟରେ ଖାଇବା ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଅନଲାଇନ୍‌ ରେ ଜୋମାଟୋ ଆପ୍କୁ ଯାଇ କରି ଯେକୌଣସି ଖାଦ୍ୟ ଅର୍ଡର କରିପାରିବେ। ଯାତ୍ରୀମାନଙ୍କୁ ଖାଦ୍ୟ ଅର୍ଡର କରିବାକୁ ହେଲେ ଆପଣଙ୍କୁ ନିଜର ପିଏନଆର୍ ନମ୍ବର ଦେବାକୁ ପଡିବ। ଜୋମାଟୋ ସିଇଓ ଦିପେନ୍ଦର ଗୋୟଲ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ରେଳ ନେଟୱାର୍କର ୧୦୦ ରୁ ଅଧିକ ରେଳ ଷ୍ଟେସନରେ ଜୋମାଟୋ ମାଧ୍ୟମରେ ସିଧାସଳଖ ସର୍ଭିସ ଆରମ୍ଭ ହୋଇଛି । ରେଳ କୋଚରେ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ, ଏଥିପାଇଁ ଆମେ ଆଇଆରସିଟିସି ସହିତ ଆମର ସହଭାଗିତାକୁ ମଜଭୁତ କରିଛୁ । ଆମେ ଟ୍ରେନରେ ୧୦ ଲକ୍ଷ ଅର୍ଡର ପୂରଣ କରିସାରିଛୁ ବୋଲି ଗୋୟଲ କହିଛନ୍ତି।