କଲେଜରେ ଆରମ୍ଭ ହେଉ ନିର୍ବାଚନ: ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦସ୍ତଖତ ଅଭିଯାନ ଆୟୋଜିତ

ଅନୁଗୁଳ: ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବା ଲାଗି ଆଜି ଦସ୍ତଖତ ଅଭିଯାନ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଦୀର୍ଘ ବର୍ଷରୁ ହେଉ ନଥିବା ଛାତ୍ର ସଂସଦ ନିର୍ବାଚନ ଚଳିତ ବର୍ଷ ହେବା ଲାଗି ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରିଛନ୍ତି। ଏହା ମାଧ୍ୟମରେ ଚଳିତ ଥର ଠାରୁ କଲେଜରେ ନିର୍ବାଚନ ଆରମ୍ଭ କରିବାକୁ ଛାତ୍ରଛାତ୍ରୀ ସରକାରଙ୍କୁ ଅନୁରୋଧ କରିଥିଲେ। କଲେଜ ଇଲେକ୍ସନ ନ ହେବା ଦ୍ୱାରା କଲେଜର […]

କଲେଜରେ ଆରମ୍ଭ ହେଉ ନିର୍ବାଚନ: ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦସ୍ତଖତ ଅଭିଯାନ ଆୟୋଜିତ
ଅନୁଗୁଳ: ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବା ଲାଗି ଆଜି ଦସ୍ତଖତ ଅଭିଯାନ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଦୀର୍ଘ ବର୍ଷରୁ ହେଉ ନଥିବା ଛାତ୍ର ସଂସଦ ନିର୍ବାଚନ ଚଳିତ ବର୍ଷ ହେବା ଲାଗି ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରିଛନ୍ତି। ଏହା ମାଧ୍ୟମରେ ଚଳିତ ଥର ଠାରୁ କଲେଜରେ ନିର୍ବାଚନ ଆରମ୍ଭ କରିବାକୁ ଛାତ୍ରଛାତ୍ରୀ ସରକାରଙ୍କୁ ଅନୁରୋଧ କରିଥିଲେ। କଲେଜ ଇଲେକ୍ସନ ନ ହେବା ଦ୍ୱାରା କଲେଜର ବିଭିନ୍ନ ପ୍ରକାରର ସମସ୍ୟା ସାମ୍ନାକୁ ଆସି ସମାଧାନ ହୋଇ ପାରୁନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି।