ନାଲକୋ ବିଶ୍ୱକର୍ମା ପୂଜାରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ, ମାନ ଯାଞ୍ଚ କରିବା ସହ ଜଣକୁ ଫାଇନ୍ ଲାଗୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଅଞ୍ଚଳରେ ଖାଦ୍ୟର ମାନ ଯାଞ୍ଚ କରାଯାଇଛି। ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ହରିପ୍ରିୟ ବେହେରା ଓ ସହକାରୀ ଖାଦ୍ୟ ସୁରକ୍ଷା ଅଧିକାରୀ ନୀଳାମ୍ବର ପ୍ରଧାନ ପ୍ରତ୍ୟେକ ଖାଦ୍ୟ ଷ୍ଟଲ ବୁଲି ବୁଲି ଖାଇବାର ମାନ ପରଖିଥିଲେ। ଏଥିସହ ଷ୍ଟଲରେ ଥିବା ବାସି ଖାଦ୍ୟ, ରଙ୍ଗ ମିଶା ଖାଦ୍ୟ, ଶରୀର ପାଇଁ ଅନୁପଯୁକ୍ତ ଖାଦ୍ୟକୁ ଫୋପାଡ଼ିବା ସହ ଦୋକାନୀଙ୍କୁ ଏସବୁରୁ ବିରତ ରହିବା […]

ନାଲକୋ ବିଶ୍ୱକର୍ମା ପୂଜାରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ, ମାନ ଯାଞ୍ଚ କରିବା ସହ ଜଣକୁ ଫାଇନ୍ ଲାଗୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଅଞ୍ଚଳରେ ଖାଦ୍ୟର ମାନ ଯାଞ୍ଚ କରାଯାଇଛି। ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ହରିପ୍ରିୟ ବେହେରା ଓ ସହକାରୀ ଖାଦ୍ୟ ସୁରକ୍ଷା ଅଧିକାରୀ ନୀଳାମ୍ବର ପ୍ରଧାନ ପ୍ରତ୍ୟେକ ଖାଦ୍ୟ ଷ୍ଟଲ ବୁଲି ବୁଲି ଖାଇବାର ମାନ ପରଖିଥିଲେ। ଏଥିସହ ଷ୍ଟଲରେ ଥିବା ବାସି ଖାଦ୍ୟ, ରଙ୍ଗ ମିଶା ଖାଦ୍ୟ, ଶରୀର ପାଇଁ ଅନୁପଯୁକ୍ତ ଖାଦ୍ୟକୁ ଫୋପାଡ଼ିବା ସହ ଦୋକାନୀଙ୍କୁ ଏସବୁରୁ ବିରତ ରହିବା ପାଇଁ ସଚେତନ କରିଥିଲେ। ଯଦି ସଚେତନ ନ ହୁଅନ୍ତି ତେବେ ଆସନ୍ତାକାଲି ଠାରୁ ଫାଇନ ଆଦାୟ ପାଇଁ ସତର୍କ କରାଇ ଥିଲେ। ଅନ୍ୟପଟେ ଆଜି ଜଣେ ଅମାନିଆ ଖାଦ୍ୟ ଦୋକାନୀଙ୍କୁ ଫାଇନ ହୋଇଥିବା ଜଣାଯାଇଛି। ଖାଦ୍ୟ ଯାଞ୍ଚ ବେଳେ ଅନୁଗୁଳର ଫୁଡ ଇନ୍ସପେକ୍ଟର, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ସ୍ଥାନୀୟ ସାମ୍ବାଦିକ ସହଯୋଗ କରିଥିଲେ।