ରାଜ୍ୟରେ ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମିଳିଛି ସୁନାଖଣିର ସନ୍ଧାନ: ଖଣି ଓ ଇସ୍ପାତ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଦୁଇଟି ସ୍ଥାନରେ ମିଳିଛି ସୁନାଖଣିର ସନ୍ଧାନ। ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଏହି ସୁନା ଖଣି ମିଳିଛି। ଏ ନେଇ ବିଧାନସଭାର ଏକ ଅଣତାରକା ପ୍ରଶ୍ନରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଦେବଗଡ଼ ଜିଲ୍ଲାର ଆଡ଼ାସ- ରାମପଲ୍ଲୀ ଓ କେନ୍ଦୁଝରର ଜିଲ୍ଲାର ଗୋପୁର- ଗଜିପୁର ଅଞ୍ଚଳରେ ସୁନାଖଣି ଥିବାର ସନ୍ଧାନ ମିଳିଛି। ଦେବଗଡ଼ରେ ଭାରତୀୟ ଭୂବୈଜ୍ଞାନିକ ସଂସ୍ଥା- GSI ଦ୍ବାରା G-2ସ୍ତରର ଅନୁସନ୍ଧାନ ସରିଛି। ସେହିପରି […]
ଭୁବନେଶ୍ୱର: ରାଜ୍ୟରେ ଦୁଇଟି ସ୍ଥାନରେ ମିଳିଛି ସୁନାଖଣିର ସନ୍ଧାନ। ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଏହି ସୁନା ଖଣି ମିଳିଛି। ଏ ନେଇ ବିଧାନସଭାର ଏକ ଅଣତାରକା ପ୍ରଶ୍ନରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖିଛନ୍ତି।
ମନ୍ତ୍ରୀ କହିଛନ୍ତି, ଦେବଗଡ଼ ଜିଲ୍ଲାର ଆଡ଼ାସ- ରାମପଲ୍ଲୀ ଓ କେନ୍ଦୁଝରର ଜିଲ୍ଲାର ଗୋପୁର- ଗଜିପୁର ଅଞ୍ଚଳରେ ସୁନାଖଣି ଥିବାର ସନ୍ଧାନ ମିଳିଛି। ଦେବଗଡ଼ରେ ଭାରତୀୟ ଭୂବୈଜ୍ଞାନିକ ସଂସ୍ଥା- GSI ଦ୍ବାରା G-2ସ୍ତରର ଅନୁସନ୍ଧାନ ସରିଛି।
ସେହିପରି କେନ୍ଦୁଝରରେ ଜିଏସଆଇ ଓ ରାଜ୍ୟ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ସହଭାଗିତାରେ G-2ସ୍ତରର ଅନୁସନ୍ଧାନ କାର୍ଯ୍ୟ ଚାଲୁରହିଛି। ଅନୁସନ୍ଧାନକାରୀ ସଂସ୍ଥା ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବିଧାନସଭାରେ ବିଧାୟକ ଅଶ୍ବିନୀ ପାତ୍ର ଓ ବିଧାୟିକା ଉପାସନା ମହାପାତ୍ରଙ୍କ ଅଣତାରକା ପ୍ରଶ୍ନରେ ମନ୍ତ୍ରୀ ବିଭୂତି ଜେନା ଏହି ଉତ୍ତର ରଖିଛନ୍ତି।