“ସକାଳ” ୪ର୍ଥ ସ୍ଵନକ୍ଷତ୍ର ଉପଲକ୍ଷେ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା, କନିଷ୍ଠ ବର୍ଗରେ ପ୍ରିନ୍ସ ଏବଂ ବରିଷ୍ଠ ବର୍ଗରେ ରଞ୍ଜିତ ପ୍ରଥମ

ଅନୁଗୁଳ: ଓଡ଼ିଆ ଦୈନିକ ଖବରକାଗଜ “ସକାଳ”ର ୪ର୍ଥ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ ପ୍ରତିଯୋଗିତା ରବିବାର ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ଟ୍ରକ ମାଲିକ ସଂଘ ସ୍ୱର୍ଣ୍ଣ ମଣ୍ଡପ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଅନୁଗୁଳ ସଂସ୍କରଣ ମୁଖ୍ୟ ସଂଗ୍ରାମ ରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାବେ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଅନ୍ୟତମ […]

“ସକାଳ” ୪ର୍ଥ ସ୍ଵନକ୍ଷତ୍ର ଉପଲକ୍ଷେ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା, କନିଷ୍ଠ ବର୍ଗରେ ପ୍ରିନ୍ସ ଏବଂ ବରିଷ୍ଠ ବର୍ଗରେ ରଞ୍ଜିତ ପ୍ରଥମ
ଅନୁଗୁଳ: ଓଡ଼ିଆ ଦୈନିକ ଖବରକାଗଜ “ସକାଳ”ର ୪ର୍ଥ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ ପ୍ରତିଯୋଗିତା ରବିବାର ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ଟ୍ରକ ମାଲିକ ସଂଘ ସ୍ୱର୍ଣ୍ଣ ମଣ୍ଡପ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଅନୁଗୁଳ ସଂସ୍କରଣ ମୁଖ୍ୟ ସଂଗ୍ରାମ ରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାବେ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଅନ୍ୟତମ ଅତିଥି ଭାବେ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ଇଂ ଅମ୍ବିକା ପ୍ରସାଦ ଭଟ୍ଟ, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ବିତର୍କ ପ୍ରତିଯୋଗିତାର ବିଚାରକ ଭାବେ ତାଳଚେର ମହାବିଦ୍ୟାଳୟର ଅଧ୍ୟାପକ ବିରଞ୍ଚି ନାରାୟଣ ସାମଲ, ପ୍ରାକ୍ତନ ପ୍ରାଧ୍ୟାପିକା ତଥା ସାହିତ୍ୟିକା ଇନ୍ଦିରା ଦାସ, ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପିକା ସବିତା ରାଣୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାସ୍ତରୀୟ ଏହି ବିତର୍କ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ବାଗ୍ମୀତା ବତ୍କୃତାରେ ଏସ ଭି ଏମ ନାଲକୋ ନଗର ବିଦ୍ୟାଳୟର ଛାତ୍ର ପ୍ରିନ୍ସ ରାଉତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦ୍ଵିତୀୟ ସ୍ଥାନରେ ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୋଲାନୀ ସାହୁ ଏବଂ ତୃତୀୟ ସ୍ଥାନରେ ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୂର୍ଯ୍ୟପ୍ରଭା ସ୍ୱାଇଁ ପୁରସ୍କୃତ ହୋଇଥିଲେ। କୃତିତ୍ୱ ହାସଲ କରି ଅତିଥିଙ୍କ ଠାରୁ ପୁରସ୍କାର ଓ ସାର୍ଟିଫିକେଟ ଗ୍ରହଣ କରିଥିଲେ। ସେହିଭଳି ବରିଷ୍ଠ ବର୍ଗରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ର ରଞ୍ଜିତ ସାହୁ ପ୍ରଥମ ସ୍ଥାନ ଏବଂ ବିନାୟକ ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରୀ ଇପ୍ସିତା ଦାସ ଦ୍ଵିତୀୟ ସ୍ଥାନ ଏବଂ ଏସଭିଏମ ନାଲକୋ ନଗର ଛାତ୍ର ସୁନୀଲ ଚନ୍ଦ୍ର ଦୀକ୍ଷିତ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି। ସାମ୍ବାଦିକ ବନମାଳୀ ନାଏକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ନନ୍ଦିଘୋଷ ଟିଭି ପ୍ରତିନିଧି ଦୁର୍ଗା ପ୍ରସାଦ ସ୍ୱାଇଁ, ସକାଳ ପ୍ରତିନିଧି ଶୁଭ୍ର ରଞ୍ଜନ ଦାସ, ବିରଜା ପ୍ରସାଦ ପଟ୍ଟନାୟକ, ପ୍ରତାପ ବିଶ୍ୱାଳ, ରାକେଶ ସାମଲ ପରିଚାଳନାରେ ସହଯୋଗ କରିଥିଲେ।