ସମ୍ଭାବ୍ୟ ବାତ୍ୟା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ଖୋଲାଗଲା ଲକ୍ଷ୍ମୀ ପୂଜା ପାଇଁ ହୋଇଥିବା ସୁଉଚ୍ଚ ତୋରଣ

ଅନୁଗୁଳ : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଅନୁଗୁଳରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାରେ ଗଜଲକ୍ଷ୍ମୀ ପୂଜା ପାଇଁ ବନ୍ଧା ଯାଇଥିବା ସୁଉଚ୍ଚ ତୋରଣକୁ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଦାନା ପରିସ୍ଥିତିକୁ ନେଇ ଗଜଲକ୍ଷ୍ମୀ ପୂଜା ଫିକା ପଡ଼ିଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ଉଚ୍ଚ ତୋରଣଗୁଡ଼ିକୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ପକ୍ଷରୁ ଏକ ପତ୍ର ମଧ୍ୟରେ ସର୍ବସାଧାରଣ ନିର୍ଦ୍ଦେଶନାମା ଜାରି […]

ସମ୍ଭାବ୍ୟ ବାତ୍ୟା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ଖୋଲାଗଲା ଲକ୍ଷ୍ମୀ ପୂଜା ପାଇଁ ହୋଇଥିବା ସୁଉଚ୍ଚ ତୋରଣ
ଅନୁଗୁଳ : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଅନୁଗୁଳରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାରେ ଗଜଲକ୍ଷ୍ମୀ ପୂଜା ପାଇଁ ବନ୍ଧା ଯାଇଥିବା ସୁଉଚ୍ଚ ତୋରଣକୁ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଦାନା ପରିସ୍ଥିତିକୁ ନେଇ ଗଜଲକ୍ଷ୍ମୀ ପୂଜା ଫିକା ପଡ଼ିଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ଉଚ୍ଚ ତୋରଣଗୁଡ଼ିକୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ପକ୍ଷରୁ ଏକ ପତ୍ର ମଧ୍ୟରେ ସର୍ବସାଧାରଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟରେ ବାତ୍ୟା ପରିସ୍ଥିତି ଥିବା ବେଳେ ପବନର ବେଗ ଅଧିକରୁ ଅଧିକ ରହିବ। ଏହି ସମୟରେ ତୋରଣଗୁଡିକ ଭାଙ୍ଗି ଯେପରି କୌଣସି କ୍ଷୟକ୍ଷତି ନହୁଏ କିମ୍ବା କାହାର ଧନଜୀବନ ହାନି ନ ହୁଏ, ସେ ନେଇ ପ୍ରଶାସନ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଅନୁଗୁଳ ତହସିଲ ପକ୍ଷରୁ ବୁଧବାର ତହସିଲଦାର ନିଜେ ସହର ବୁଲି ଏ ସମ୍ପର୍କରେ ସଚେତନତା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିବା ଦେଖାଯାଇଛି। ଅନ୍ୟପଟେ ଅପରାହ୍ନରେ କିଛି ପୂଜା କମିଟି ପକ୍ଷରୁ ଲାଇଟ ଗେଟ୍ ଗୁଡ଼ିକ ଖୋଲାଯାଇଥିବା ଦେଖାଯାଇଛି।