ସହିଦ ମାନସଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଦେଲେ ସେନାଧିକାରୀ

ଅନୁଗୁଳ: ୨୦୨୫ କାରଗିଲ ବିଜୟ ଦିବସର ଅବ୍ୟବହିତ ପୂର୍ବରୁ ସେନାର ୮ ମାଉଣ୍ଟେନ୍ ଡିଭିଜନ ପକ୍ଷରୁ ଯୁଦ୍ଧରେ ସହିଦ ହୋଇଥିବା ସମସ୍ତ ୫୨୭ ଜଣ ସହିଦଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଏହି କ୍ରମରେ ଆଜିସେନାର ଉପରୋକ୍ତ ଡିଭିଜନର ନାଏବ୍ ସୁବେଦାର ଏକେ ଓଝା ଏବଂ ହାବିଲଦାର ସାହିଲ କୁମାର ପୁରୁଣାଗଡ ସ୍ଥିତ ସହିଦ ମାନସ ରଞ୍ଜନ ସାହୁଙ୍କ ସ୍ମୃତିପୀଠରେ ପହଞ୍ଚି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସହିଦ ମାନସଙ୍କ ମା’ ବସନ୍ତମଞ୍ଜରୀ ଦେବୀଙ୍କୁ ମଧ୍ୟ ସେମାନେ ସେନା ପକ୍ଷରୁ ଦିଆଯାଇଥିବା ସ୍ନୃତିଫଳକ ହସ୍ତାନ୍ତର କରିଥିଲେ। ଏହି ସମାରୋହରେ ଗାଁର ବହୁ ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ, ଗ୍ରାମବାସୀ ଏବଂ ମାନସଙ୍କ ଭାଇମନୋଜ କୁମାର ସାହୁ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ଚଳିତ କାରଗିଲ – ଦ୍ରାସ୍ ସେକ୍ଟରରେ ହେବାକୁ ଥିବା ଜାତୀୟ ସ୍ତରୀୟ କାରଗିଲ ବିଜୟ ଦିବସରେ ଯୋଗ ଦେବାକୁ ମାନସଙ୍କ ପରିବାରକୁ ସେନା ପକ୍ଷରୁ ଆମନ୍ତ୍ରଣ କରାଯାଇଛି ବୋଲି ମାନସଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।