କଣିହାଁରେ ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜନଶୁଣାଣି କର୍ମଶାଳା ଆୟୋଜିତ, ୬୬୦ ପରିବାର ନିଯୁକ୍ତି ପାଇଥିବା ସୂଚନା
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ପଞ୍ଚାୟତ ସମିତିର ପବିତ୍ର ମୋହନ ସଭାଗୃହ ଠାରେ ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନ ଶୁଣାଣି କର୍ମଶାଳା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବିଡିଓ ଦେବଦତ୍ତ ପ୍ରଧାନ ପରିଚାଳନା କରିଥିଲେ। ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ କୁମାର ସାହୁ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଲିଳ କୁମାର ସ୍ୱାଇଁ, ସାମାଜିକ ସମୀକ୍ଷକ ପିତାମ୍ବର […]
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ପଞ୍ଚାୟତ ସମିତିର ପବିତ୍ର ମୋହନ ସଭାଗୃହ ଠାରେ ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନ ଶୁଣାଣି କର୍ମଶାଳା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବିଡିଓ ଦେବଦତ୍ତ ପ୍ରଧାନ ପରିଚାଳନା କରିଥିଲେ। ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ କୁମାର ସାହୁ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଲିଳ କୁମାର ସ୍ୱାଇଁ, ସାମାଜିକ ସମୀକ୍ଷକ ପିତାମ୍ବର ଦେହୁରୀ, ଏପିଓ ଦିପ୍ତି ରେଖା ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ।
ଏ ଅବସରରେ ସୂଚନା ଦିଆଯାଇଥିଲା ଯେ କଣିହାଁ ବ୍ଲକର ୨୭ ଟି ପଞ୍ଚାୟତର ୧୪ ହଜାର ୬୦୩ ଜଣ ଜବ କାର୍ଡଧାରୀ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ୮୭୩୯ ପରିବାର ନିଯୁକ୍ତି ପାଇଛନ୍ତି। ୨୦୨୩ ଓ ୨୦୨୪ ଆର୍ଥିକ ବର୍ଷର ୨ୟ ପର୍ଯ୍ୟାୟରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୩୨୦ ଟି ପ୍ରକଳ୍ପ ମଧ୍ୟରୁ ୬୮୦ ଟି ପ୍ରକଳ୍ପ ର କାର୍ଯ୍ୟ ପାଇଁ ୧୧ କୋଟି ୯୪ ଲକ୍ଷ ୯୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିଲା। ଇତି ମଧ୍ୟରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୦ କୋଟି ୨୫ ଲକ୍ଷ ୯୨ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଲାଇନ ଡିପାର୍ଟମେଣ୍ଟରେ ୧ କୋଟି ୬୯ ହଜାର ୨୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ନେଇ ସୂଚନା ଦେଇଥିଲେ। ସେହିପରି ୬୬୦ ଟି ପରିବାରକୁ ବାର୍ଷିକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୦୦ ଦିନର କାର୍ଯ୍ୟ ପ୍ରଦାନ କରାଯାଇଥିବା ନେଇ ଜନ ଶୁଣାଣିରେ ସୂଚନା ପ୍ରଦାନ କରାଯାଇଛି।
ବୈଠକରେ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ପ୍ରମୁଖ ଓ ଜବ କାର୍ଡ ଧାରୀ ଉପସ୍ଥିତ ଥିଲେ।