କେନ୍ଦ୍ରୀୟ ପୂଜା କମିଟିକୁ ପ୍ରଶାସନର ଅଣଦେଖା! ମିଟିଂ ଡାକି ନିଜେ ଆସିଲେନି ଉପଜିଲ୍ଲାପାଳ, ଅସନ୍ତୁଷ୍ଟ ହେଲେ କମିଟି ସଦସ୍ୟ

ଅନୁଗୁଳ: ଅନୁଗୁଳ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଅସନ୍ତୁଷ୍ଟ ହୋଇ ଅନୁଗୁଳ କେନ୍ଦ୍ରୀୟ ପୂଜା କମିଟିର ସଦସ୍ୟ ମାନେ ଉଠି ପଳାଇଛନ୍ତି। ଜିଲ୍ଲା ପ୍ରଶାସନ ସହଯୋଗ ନ କଲେ ବି ପୂଜା କମିଟିଗୁଡ଼ିକ ଶାନ୍ତି ଶୃଙ୍ଖଳା ଭାବେ ନିଜର ପୂଜା କରିବେ ବୋଲି ମତ ରଖିଛନ୍ତି କେନ୍ଦ୍ରୀୟ ପୂଜା କମିଟିର ସଦସ୍ୟ। ସୂଚନା ମୁତାବକ, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି ଆଗାମୀ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ପାଇଁ ଏକ ବୈଠକ ଡାକିଥିଲେ। ଅକ୍ଟୋବର ୩ […]

କେନ୍ଦ୍ରୀୟ ପୂଜା କମିଟିକୁ ପ୍ରଶାସନର ଅଣଦେଖା! ମିଟିଂ ଡାକି ନିଜେ ଆସିଲେନି ଉପଜିଲ୍ଲାପାଳ, ଅସନ୍ତୁଷ୍ଟ ହେଲେ କମିଟି ସଦସ୍ୟ
ଅନୁଗୁଳ: ଅନୁଗୁଳ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଅସନ୍ତୁଷ୍ଟ ହୋଇ ଅନୁଗୁଳ କେନ୍ଦ୍ରୀୟ ପୂଜା କମିଟିର ସଦସ୍ୟ ମାନେ ଉଠି ପଳାଇଛନ୍ତି। ଜିଲ୍ଲା ପ୍ରଶାସନ ସହଯୋଗ ନ କଲେ ବି ପୂଜା କମିଟିଗୁଡ଼ିକ ଶାନ୍ତି ଶୃଙ୍ଖଳା ଭାବେ ନିଜର ପୂଜା କରିବେ ବୋଲି ମତ ରଖିଛନ୍ତି କେନ୍ଦ୍ରୀୟ ପୂଜା କମିଟିର ସଦସ୍ୟ। ସୂଚନା ମୁତାବକ, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି ଆଗାମୀ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ପାଇଁ ଏକ ବୈଠକ ଡାକିଥିଲେ। ଅକ୍ଟୋବର ୩ ତାରିଖ ଦିନ ଚିଠି ନମ୍ବର ୬୫୩୨ ମାଧ୍ୟମରେ କେନ୍ଦ୍ରୀୟ ପୂଜା କମିଟିର ସଦସ୍ୟ, ଅନୁଗୁଳ ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, ଅନୁଗୁଳ ପୌରପାଳିକା, ବିଦ୍ୟୁତ୍ ବିଭାଗର ପଦାଧିକାରୀଙ୍କୁ ଏହି ବୈଠକରେ ଯୋଗ ଦେବାକୁ ଉପଜିଲ୍ଲାପାଳ ଚିଠି କରିଥିଲେ। ୪ ତାରିଖ ଅପରାହ୍ନ ୪. ୩୦ ମିନିଟରେ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା। ବୈଠକରେ ସମସ୍ତେ ଉପସ୍ଥିତ ଥିଲେ ମଧ୍ୟ ଦୀର୍ଘ ଦେଢ଼ ଘଣ୍ଟା ଯାଏଁ ନିଜେ ଉପଜିଲ୍ଲାପାଳ ଆସିନଥିଲେ। ଫଳରେ କେନ୍ଦ୍ରୀୟ ପୂଜା କମିଟିର ସଦସ୍ୟମାନେ ବିରକ୍ତ ହୋଇ ବୈଠକରୁ ଉଠି ପଳାଇଥିଲେ। ଉପଜିଲ୍ଲାପାଳଙ୍କ ଏହି ବିତୃଷ୍ଣା ଭାବ ଦେଖି କେନ୍ଦ୍ରୀୟ ପୂଜା କମିଟି ସଦସ୍ୟ କହିଛନ୍ତି, ଆଗକୁ ଅନୁଗୁଳ ସହରରେ ପୂଜା ପାଇଁ ଦର୍ଶକଙ୍କ ଭିଡ଼ ହେବାକୁ ଯାଉଛି। କିନ୍ତୁ ଏହି ସମୟରେ ଜିଲ୍ଲା ପ୍ରଶାସନ ପୂଜା କମିଟିଗୁଡ଼ିକୁ ଅଣଦେଖା କରୁଛି।ବୈଠକରେ ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ଉପ ଜିଲ୍ଲାପାଳ ବୈଠକକୁ ଆସିନଥିଲେ। ବିଭିନ୍ନ ପୂଜା କମିଟିର ସଦସ୍ୟ ନିରାଶ ହୋଇ ବୈଠକରୁ ପଳାଇ ଆସିଥିଲେ ବୋଲି ଅନୁଗୁଳ କେନ୍ଦ୍ରୀୟ ପୂଜା କମିଟିର ସଭାପତି ସୁନୀଲ କୁମାର ସାହୁ କହିଛନ୍ତି।