କନ୍ଧମାଳ : ଜିଲ୍ଲା ପ୍ରଶାସନ ଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ଫୁଲବାଣୀ ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ରେ ମନମାନି..ରୋଗୀ ହନ୍ତସନ୍ତ..
କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ର ଅନ୍ତଃ ବିଭାଗ ନମୁନା ସଂଘ୍ରହ କେନ୍ଦ୍ର ରେ ଥିବା କର୍ମଚାରୀ ଙ୍କ ମନମାନି କହିଲେ ନ ସରେ l ଜିଲ୍ଲାପାଳ ଙ୍କ କାର୍ଯ୍ୟଅବହେଳା ଯୋଗୁଁ ଏହି ବିଭାଗ ରେ ଥିବା କର୍ମଚାରୀ ମାନଙ୍କ ମନମୁଖି କାର୍ଯ୍ୟକ୍ରମ ସମେତ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ି ବାନ୍ଧି ଛିଡ଼ା ହେଉଥିବା ଦେଖିବାକୁ ମିଳୁଛି l କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧୁଷିତ ବହୁଳ ଜିଲ୍ଲା ହେଇଥିବାରୁ ଦୂର ଦୁରାନ୍ତ ରୁ ଆସି ଏଠାରେ ରୋଗୀ ଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟ ନାହିଁନ ଥିବା ହନ୍ତସନ୍ତ ହେଉଛନ୍ତି l ଏଠାରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କ ପାଇଁ ନୂତନ ସରକାର ସମୟର ସୀମା କେବେ ନିର୍ଧାର୍ଯ୍ୟ କରିବେ ଏବଂ ଏଭଳି କର୍ମଚାରୀ ଙ୍କୁ ଅନ୍ୟତ୍ର କେବେ ବଦଳି କରିବେ ନା ଜିଲ୍ଲାପାଳ ଏଭଳି ଦୁର୍ନୀତି କାରି କର୍ମଚାରୀ ମାନଙ୍କ ଠାରୁ ସଫେଇ ନେଇଁ ତାଙ୍କ ଜାଲରେ ଫସିଯିବେ ତାହା ଏବେ ଦେଖିବା ଅପେକ୍ଷାରେ କନ୍ଧମାଳ ଜିଲ୍ଲା ର ଗରିବ ନିରୀହ ରୋଗୀ ଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟ ବୃନ୍ଦ l