କବୟିତ୍ରୀ ଶାନ୍ତିଲତା ରଥଙ୍କ କବିତା ସଂକଳନ “ନୀଡ଼ ଓ ଆକାଶ” ପୁସ୍ତକ ଉନ୍ମୋଚିତ

ଅନୁଗୁଳ : ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଗୁଳ ଜିଲ୍ଲା ପାଠାଗାର ଠାରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର ଓ କବିତା ପାଠ ଉତ୍ସବରେ କବୟିତ୍ରୀ ଶାନ୍ତିଲତା ରଥଙ୍କ କବିତା ସଂକଳନ “ନୀଡ଼ ଓ ଆକାଶ” ପୁସ୍ତକ ଉନ୍ମୋଚିତ ହୋଇଛି। ଏଥିରେ ଧର୍ମ, କଳା, ସାହିତ୍ୟ ଓ ସଂସ୍କୃତିକୁ ନେଇ ୫୭ ଟି କବିତା ସ୍ଥାନିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼ ଧରଣୀଧର ନାଥ, ମୁଖ୍ୟ ବକ୍ତା ଭାବେ ପ୍ରଫେସର କୁମୁଦ ଚନ୍ଦ୍ର ଦାଶ, ସମ୍ମାନିତ […]

କବୟିତ୍ରୀ ଶାନ୍ତିଲତା ରଥଙ୍କ କବିତା ସଂକଳନ “ନୀଡ଼ ଓ ଆକାଶ” ପୁସ୍ତକ ଉନ୍ମୋଚିତ
ଅନୁଗୁଳ : ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଗୁଳ ଜିଲ୍ଲା ପାଠାଗାର ଠାରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର ଓ କବିତା ପାଠ ଉତ୍ସବରେ କବୟିତ୍ରୀ ଶାନ୍ତିଲତା ରଥଙ୍କ କବିତା ସଂକଳନ “ନୀଡ଼ ଓ ଆକାଶ” ପୁସ୍ତକ ଉନ୍ମୋଚିତ ହୋଇଛି। ଏଥିରେ ଧର୍ମ, କଳା, ସାହିତ୍ୟ ଓ ସଂସ୍କୃତିକୁ ନେଇ ୫୭ ଟି କବିତା ସ୍ଥାନିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼ ଧରଣୀଧର ନାଥ, ମୁଖ୍ୟ ବକ୍ତା ଭାବେ ପ୍ରଫେସର କୁମୁଦ ଚନ୍ଦ୍ର ଦାଶ, ସମ୍ମାନିତ ବକ୍ତା ରାଧାକାନ୍ତ ମହାନ୍ତି, ଅବସରପ୍ରାପ୍ତ ପ୍ରାଧ୍ୟାପିକ ଡ଼ଃ ଇନ୍ଦିରା ଦାଶ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାର କେ ଶ୍ରବଣ କୁମାର, ପୁସ୍ତକର ପ୍ରକାଶକ ବିନୟ କୁମାର କରଙ୍କ ସମେତ ବହୁ ବରିଷ୍ଠ ସାହିତ୍ୟିକ, କବି ଓ କବୟିତ୍ରୀ ଉପସ୍ଥିତ ଥିଲେ। ପୂର୍ବରୁ କବୟିତ୍ରୀ ଶ୍ରୀମତୀ ରଥଙ୍କ ଲିଖିତ ‘ଶ୍ରଦ୍ଧାଞ୍ଜଳି’, ‘ଶ୍ରଦ୍ଧା ସୁମନ’, ‘ଜୀବନ ପଥ’, ‘ପୁଷ୍ପାଞ୍ଜଳି’ ଓ ‘ଭିନ୍ନ ପୃଥିବୀ’ ଆଦି ପୁସ୍ତକ ବେଶ୍ ପାଠକୀୟ ଆଦୃତି ଲାଭ କରିଛି।