ଗାଧୋଇବା ହେଲା କାଳ, ପୋଖରୀରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ପରା ଗାଁରେ ପୋଖରୀରେ ବୁଡ଼ି ଜଣେ ବାଳିକାର ମୃତ୍ୟୁ ହୋଇଛି। ମୃତ ବାଳିକା ହେଲେ ସେହି ଗାଁର କନ୍ଦର୍ପ ପ୍ରଧାନଙ୍କ ଝିଅ ଜିନା ପ୍ରଧାନ। ସୂଚନା ଅନୁଯାୟୀ, ସପ୍ତମ ଶ୍ରେଣୀର ଜିନା ଆଜି ଗୁରୁ ଦିବସ ପାଳନ କରି ଘରକୁ ଫେରିଥିଲେ। ପରେ ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଘରୁ ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ । ମାତ୍ର ପୋଖରୀରେ ଗାଧୋଉଥିବା ସମୟରେ ସେ ପାଣିରେ ବୁଡ଼ି ଯାଇଥିଲେ। […]

ଗାଧୋଇବା ହେଲା କାଳ, ପୋଖରୀରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ପରା ଗାଁରେ ପୋଖରୀରେ ବୁଡ଼ି ଜଣେ ବାଳିକାର ମୃତ୍ୟୁ ହୋଇଛି। ମୃତ ବାଳିକା ହେଲେ ସେହି ଗାଁର କନ୍ଦର୍ପ ପ୍ରଧାନଙ୍କ ଝିଅ ଜିନା ପ୍ରଧାନ। ସୂଚନା ଅନୁଯାୟୀ, ସପ୍ତମ ଶ୍ରେଣୀର ଜିନା ଆଜି ଗୁରୁ ଦିବସ ପାଳନ କରି ଘରକୁ ଫେରିଥିଲେ। ପରେ ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଘରୁ ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ । ମାତ୍ର ପୋଖରୀରେ ଗାଧୋଉଥିବା ସମୟରେ ସେ ପାଣିରେ ବୁଡ଼ି ଯାଇଥିଲେ। ଜିନା ବୁଡ଼ିଯାଉଥିବା ଦେଖି ଅନ୍ୟ ସାଙ୍ଗମାନେ ତୁରନ୍ତ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ ଗ୍ରାମବାସୀ ଓ ସମ୍ପର୍କୀୟ ପୋଖରୀରେ ଖୋଜାଖୋଜି କରିବା ପରେ ଜିନାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା।ଏହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।