ଗାନ୍ଧୀ ମାର୍ଗରେ ଖୋଲିଲା ଟାଇଟାନ ୱାର୍ଲ୍ଡ ଏବଂ ଟାଇଟାନ୍‌ ଆଇପ୍ଲସ ଷ୍ଟୋର

ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ଗାନ୍ଧୀ ମାର୍ଗରେ ଟାଇଟାନ ୱାଲ୍ଟ ଏବଂ ଟାଇଟାନ ଆଇପ୍ଲସର ନୂଆ ଷ୍ଟୋର ଉଦଘାଟିତ ହୋଇଯାଇଛି। ଜେଏସ୍‌ପିଏଲ୍‌ର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ମୁଖ୍ୟ ଅତିଥି ଭାବେ ଏହି ସୋ ରୁମ୍‌କୁ ଉଦ୍‌ଘାଟନ କରିଥିଲେ। ଏହି ସମାରୋହରେ ଟାଇଟନ୍‌ ଆଇ ପ୍ଲସର ଆଞ୍ଚଳିକ ମହାପ୍ରବନ୍ଧକ ମଣି ଶଙ୍କର ସେନ୍‌ଗୁପ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମାରୋହରେ ଷ୍ଟୋରର ପରିଚାଳନା ନିର୍ଦ୍ଦେଶକ ଶିବ କୁମାର ଅଗ୍ରୱାଲ,ଶୁଭମ୍ ଅଗ୍ରୱାଲ ଏବଂ ଅନିଲ ଗୁପ୍ତା ପ୍ରମୁଖ […]

ଗାନ୍ଧୀ ମାର୍ଗରେ ଖୋଲିଲା ଟାଇଟାନ ୱାର୍ଲ୍ଡ ଏବଂ ଟାଇଟାନ୍‌ ଆଇପ୍ଲସ ଷ୍ଟୋର
ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ଗାନ୍ଧୀ ମାର୍ଗରେ ଟାଇଟାନ ୱାଲ୍ଟ ଏବଂ ଟାଇଟାନ ଆଇପ୍ଲସର ନୂଆ ଷ୍ଟୋର ଉଦଘାଟିତ ହୋଇଯାଇଛି। ଜେଏସ୍‌ପିଏଲ୍‌ର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ମୁଖ୍ୟ ଅତିଥି ଭାବେ ଏହି ସୋ ରୁମ୍‌କୁ ଉଦ୍‌ଘାଟନ କରିଥିଲେ। ଏହି ସମାରୋହରେ ଟାଇଟନ୍‌ ଆଇ ପ୍ଲସର ଆଞ୍ଚଳିକ ମହାପ୍ରବନ୍ଧକ ମଣି ଶଙ୍କର ସେନ୍‌ଗୁପ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମାରୋହରେ ଷ୍ଟୋରର ପରିଚାଳନା ନିର୍ଦ୍ଦେଶକ ଶିବ କୁମାର ଅଗ୍ରୱାଲ,ଶୁଭମ୍ ଅଗ୍ରୱାଲ ଏବଂ ଅନିଲ ଗୁପ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ। ଟାଇଟାନ୍‌ ଷ୍ଟୋରରେ ପୁରୁଷ, ମହିଳା ତଥା କଲେଜ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ରିଷ୍ଟ ୱାଚ,ଫାଷ୍ଟ ଟ୍ରାକ, ସୋନାଟାର ବିଭିନ୍ନ ଉତ୍ପାଦ ଉଚିତ୍‌ ଦାମରେ ଉପଲବ୍ଧ ହେବ।ସେହିଭଳି ଆଇପ୍ଲସ ଷ୍ଟୋରରେ ବିଭିନ୍ନ ଭେରାଇଟିର ଗ୍ଲାସେସ୍,ସନ୍‌ଗ୍ଲାସ୍,ୱାଲେଟ, ପର୍ଫ୍ୟୁମ୍,ବ୍ୟାଗ୍ ଆଦି ମିଳୁଛି। ଯାହା ବିଭିନ୍ନ ବର୍ଗର ବ୍ୟବହାରକାରୀଙ୍କ ବ୍ୟକ୍ତିତ୍ଵ ବଢ଼ାଇବାରେ ସହାୟକ ହେବ। ଟାଇଟନ୍‌ର ଏହି ଷ୍ଟୋରରେ ଜାତୀୟ ଓ ଆନ୍ତର୍ଜାତୀୟ ମାନର ବିଭିନ୍ନ ପ୍ରଡକ୍ଟ ପାଇ ପାରିବେ ଯାହାକି ଟିନ ଏଜର ଠାରୁ ପୁରୁଷ ଓ ମହିଳା ମାନଙ୍କୁ ବେଶ୍‌ ଆକର୍ଷିତ କରିବ ।