ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଏବିଭିପି ପକ୍ଷରୁ ବାପୁଜୀ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛେଣ୍ଡିପଦା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନଗର ତରଫରୁ ବାପୁଜୀ ମହାବିଦ୍ୟାଳୟ କଲେଜ ସମ୍ମୁଖରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେଉ ବୋଲି ଏକ ବିକ୍ଷୋଭ ପ୍ରଦର୍ଶନ ଏବଂ ଦସ୍ତଖତ ଅଭିଯାନ କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ ସମୟରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଆମର ଦାବି, ଚଳିତ ବର୍ଷ ଶିକ୍ଷାବର୍ଷ କ୍ୟାଲେଣ୍ଡରରେ ନିର୍ବାଚନ ଯୋଡିବା ଆମର ଦାବି, ଛଅ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ […]

ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଏବିଭିପି ପକ୍ଷରୁ ବାପୁଜୀ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛେଣ୍ଡିପଦା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନଗର ତରଫରୁ ବାପୁଜୀ ମହାବିଦ୍ୟାଳୟ କଲେଜ ସମ୍ମୁଖରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେଉ ବୋଲି ଏକ ବିକ୍ଷୋଭ ପ୍ରଦର୍ଶନ ଏବଂ ଦସ୍ତଖତ ଅଭିଯାନ କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ ସମୟରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଆମର ଦାବି, ଚଳିତ ବର୍ଷ ଶିକ୍ଷାବର୍ଷ କ୍ୟାଲେଣ୍ଡରରେ ନିର୍ବାଚନ ଯୋଡିବା ଆମର ଦାବି, ଛଅ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ଏ ବର୍ଷ କରିବା ଆମର ଦାବି ଛାତ୍ର ଶକ୍ତି ରାଷ୍ଟ୍ର ଶକ୍ତି ଏଇ ଭଳି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ସରକାରଙ୍କ ତରଫରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ନକଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଛାତ୍ର ନେତା ମାନେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏବିଭିପିର ଜିଲ୍ଲା ସଂଯୋଜକ ଆଶିଷ କୁମାର ବେହେରା, ଜିଲ୍ଲା ଏସ୍‌ଏଫ୍‌ଏସ୍‌ ପ୍ରମୁଖ ଯୋଗେଶ କୁମାର ସାହୁ, ଛେଣ୍ଡିପଦା ନଗର ସମ୍ପାଦିକା ରାଞ୍ଜୁବାଳା ପ୍ରଧାନ, ବାପୁଜୀ ମହାବିଦ୍ୟାଳୟ ର ଛାତ୍ରନେତା, ଚନ୍ଦନ କୁମାର୍ ନାଏକ, ରିତେଶ ସେନାପତି,‌ ସୁଧାକର ବେହେରା, ବବଲୁ କୁମାର ନାୟକ, ରଞ୍ଜିତ, ସ୍ୱେତାଂଶୁ ଓ ଛାତ୍ରୀ ନେତ୍ରୀ ସୁମିତ୍ରା ସାହୁ, ସନ୍ତୋଷୀ ବେହେରା, ଭବବାନୀ ମାଝୀ,ସିମେଲି ସାହୁ, ସୋନାଲି ମାଝୀ, ବନସ୍ମିତା ନାଏକ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।