ମହୁମାଛି ଆକ୍ରମଣରେ ବାପ ପୁଅ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତର କଲା ନାଲକୋ ମେଡିକାଲ
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀସ୍ଥିତ ୩ ନଂ ଗେଟ୍ ସାମ୍ନାରେ ମହୁମାଛି ଆକ୍ରମଣରେ ବାପ ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ବାପା ଲଳିତ ବିଶ୍ୱାଳ ଓ ପୁଅ ସ୍ୱସ୍ତିକ ବିଶ୍ୱାଳ। ସୂଚନା ମୁତାବକ, ସ୍ଵସ୍ତିକ ବିଶ୍ଵାଳ ନାଲକୋରେ ଥିବା ସିନିୟର୍ ଡିପିଏସରେ ପଢ଼ନ୍ତି। ଆଜି ଦିନ ୧.୩୦ ମିନିଟରେ ଛୁଟି ହେବା ପରେ ସେ ବାପାଙ୍କ ସହ ସ୍କୁଟିରେ ଆସୁଥିଲେ। ୩ ନଂ ଗେଟ୍ ପାର ହେବା ମାତ୍ରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା। […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀସ୍ଥିତ ୩ ନଂ ଗେଟ୍ ସାମ୍ନାରେ ମହୁମାଛି ଆକ୍ରମଣରେ ବାପ ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ବାପା ଲଳିତ ବିଶ୍ୱାଳ ଓ ପୁଅ ସ୍ୱସ୍ତିକ ବିଶ୍ୱାଳ।
ସୂଚନା ମୁତାବକ, ସ୍ଵସ୍ତିକ ବିଶ୍ଵାଳ ନାଲକୋରେ ଥିବା ସିନିୟର୍ ଡିପିଏସରେ ପଢ଼ନ୍ତି। ଆଜି ଦିନ ୧.୩୦ ମିନିଟରେ ଛୁଟି ହେବା ପରେ ସେ ବାପାଙ୍କ ସହ ସ୍କୁଟିରେ ଆସୁଥିଲେ। ୩ ନଂ ଗେଟ୍ ପାର ହେବା ମାତ୍ରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା। କେହି ତାଙ୍କୁ ସାହାଯ୍ୟ କରିନଥିବା ବେଳେ ଦେବଦୂତ ସାଜି କ୍ଷୀରୋଦ ସାମଲ ସାହସ ଜୁଟାଇ ଏକ ପାଲ ଘୋଡାଇ ଦୁଇ ଜଣଙ୍କୁ ଉଦ୍ଧାର କରି ନାଲକୋ ମେଡ଼ିକାଲ ପଠାଇଥିଲେ। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ତେବେ ଗତ ବର୍ଷ ମଧ୍ୟ ସେହି କଲୋନୀରେ ମହୁମାଛି ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିଲେ। ଏଣୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଛି।