ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଏଥିରେ ତେଜ ୱାରିଅରସ ମୂଷାପାପୁଲି ଅନୁଗୁଳକୁ ହିନ୍ଦୋଳ ଭେଟିଥିଲା। ଟୁର୍ଣ୍ଣାମେଣ୍ଟରେ ୧୦,୫,୫ ଓଭର ବିଶିଷ୍ଟ ତିନୋଟି ଫର୍ମାଟରେ ଖେଳ ହୋଇଥିଲା। ଏହି ତିନୋଟି ଫର୍ମାଟ ଖେଳରେ ହିନ୍ଦୋଳ ବିଜୟୀ ହେଇଥିଲା। ପ୍ରଥମ ମ୍ୟାଚରେ ହିନ୍ଦୋଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୮୭ ରନର ବିଜୟୀ ଲକ୍ଷ୍ୟ ରଖିଥିଲେ। ଏହାର ଜବାବରେ ମୂଷାପାପୁଲି ୬୧ ରନ୍ କରିପାରିଥିଲା। ପୁଣି ୫ ଓଭର ଲେଖାଏଁ ଖେଳ ହୋଇଥିଲା। ଏଥିରେ ମଧ୍ୟ ହିନ୍ଦୋଳ ୮ ଉଇକେଟରେ ବିଜୟୀ ହୋଇଥିଲା। ଶେଷ ଫର୍ମାଟ ଖେଳରେ ମଧ୍ୟ ହିନ୍ଦୋଳ ବିଜୟୀ ହୋଇ ମର୍ଣ୍ଣିଂଷ୍ଟାର କ୍ରିକେଟ କପ୍ ହାତେଇ ନେଇଥିଲା। ମ୍ୟାନ ଅଫ୍ ଦି ମ୍ୟାଚ ଓ ମ୍ୟାନ ଅଫ୍ ଦି ସିରିଜ୍ ଗୁମନ ନାୟକ ବିବେଚିତ ହୋଇଥିଲେ।
ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ସମ୍ମାନିତ ଅତିଥି ଅନୁଗୁଳ ଜିଲ୍ଲା ପୋଲିସ ସୁପରଟେଣ୍ଡେଣ୍ଟ ରାହୁଲ ଜୈନ୍, ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଜେନେରାଲ ମ୍ୟାନେଜର ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଜୟନ୍ତ କୁମାର ମହାନ୍ତି, ଡ଼ା ସୁଶାନ୍ତ କୁମାର ପଣ୍ଡା, ଟ୍ରକ୍ ମାଲିକ ସଂଘର ଉପ ସଭାପତି ଅମରେଶ ସ୍ବାଇଁ, ତାପସ ମହାନ୍ତି ଓ ମର୍ଣ୍ଣିଂଷ୍ଟାର କ୍ଲବ୍ ସଭାପତି ମାୟାଧର ମିଶ୍ର, ସମ୍ପାଦକ ରଞ୍ଜନକୁମାର ଧିର ସାମନ୍ତ, ସମରେନ୍ଦ୍ର ସ୍ବାଇଁ ଓ ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ବିରେଞ୍ଜନ ମହାନ୍ତି ପ୍ରତ୍ୟେକ ଆକର୍ଷଣୀୟ ଛକା ପାଇଁ ୧୦୦ ଟଙ୍କାର ପୁରସ୍କାର ରଖିଥିଲେ। ଜୟକୃଷ୍ଣ ରାଉତ ଓ ଅନିଲ କୁମାର ଗଡ଼ନାୟକ, ସଞ୍ଜିବ ପାତ୍ର ଖେଳକୁ ପରିଚାଳନା କରୁଥିଲେ। ଅଭୟ କୁମାର ପାଢୀ ଓ ରାମଚନ୍ଦ୍ର ସାହୁ ସ୍କୋର ବୋର୍ଡ ଦାୟିତ୍ୱରେ ଥିବା ବେଳେ ବିନୋଦ ସାମଲ ଓ କମଲ ମାଣ୍ଡୋଠିଆ କମେଣ୍ଟ୍ରି କରିଥିଲେ। ଶେଷରେ ଅତିଥି ବିଜେତାଙ୍କୁ ପୁରସ୍କୃତ କରିଥିଲେ।