ଡିଏଭି ତାଳଚେର ଥର୍ମାଲ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଆଞ୍ଚଳିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଡିଏଭି ତାଳଚେର ଥର୍ମାଲ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଆଞ୍ଚଳିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ତାଳଚେର ଥର୍ମାଲ ତା. ୧୧-୦୫-୨୫ ରିଖ ନି.ପ୍ର.
ତାଳଚେର ଥର୍ମାଲ ସ୍ଥିତ ଡିଏଭି ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ କେନ୍ଦ୍ରୀୟ ମଧ୍ୟମ ସ୍ତରୀୟ ତ୍ରି ଦିବସୀୟ ଶିକ୍ଷକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଚଳିତ ମଇ ମାସ ୦୯,୧୦ ଏବଂ ୧୧ତାରିଖରେ ସାମାଜିକ ବିଜ୍ଞାନ ବିଷୟରେ ମଧ୍ୟମ ସ୍ତରୀୟ ଆଞ୍ଚଳିକ ଶିକ୍ଷକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ଜି.ଏମ.ଆର. ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଅହଲ୍ୟାବାଇ ସାହୁ, ଡିଏଭି ବ୍ରହ୍ମପୁରର ଅଧ୍ୟକ୍ଷା ଧାରାଶ୍ରୀ ପାଢ଼ୀ, ଡିଏଭି ସମ୍ବଲପୁରର ଅଧ୍ୟକ୍ଷା ମିନାକ୍ଷୀ ସୂପକାର ଏବଂ ଡିଏଭି ତାଳଚେର ଥର୍ମାଲ ହାଇ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ବୋଷ ଯୋଗଦେଇଥଲେ। ଉକ୍ତ କାର୍ଯ୍ୟକ୍ରମର ମୂଲ୍ୟାଙ୍କନକାରୀ ଭାବରେ ଏହି ଡିଏଭି ସ୍କୁଲର ଅଧ୍ୟକ୍ଷମାନେ ଯୋଗ ଦେଇଥିଲେ। ଏବଂ କ୍ଳଷ୍ଟର (୬୧,୬୨,୬୯,୭୧,୭୨,୭୩ ଏବଂ ୭୪) ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ୭୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଉକ୍ତ ତ୍ରି ଦିବସୀୟ କର୍ମଶାଳାର ଆୟୋଜକ ଥିଲେ ଡିଏଭି ତାଳଚେର ଥର୍ମାଲ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ବୋଷ ପ୍ରାରମ୍ଭିକ ଦିବସରେ ସ୍ବାଗତ ଭାଷଣ ଦେଇ ଉକ୍ତ ତ୍ରି ଦିବସୀୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।।