ତିନି ଦିନ ରଜ ଉତ୍ସବ ରେ ମସୁଗୁଲ ହେଲେ ଡାଣ୍ଡିଙ୍ଗୀ ପlଙ୍ଗା ଗ୍ରାମର ର ଯୁବତୀ
ତିନି ଦିନ ରଜ ଉତ୍ସବ ରେ ମସୁଗୁଲ ହେଲେ ଡାଣ୍ଡିଙ୍ଗୀ ପlଙ୍ଗା ଗ୍ରାମର ର ଯୁବତୀ
.........................................
କନ୍ଧମାଳ 17/06 (ଏମ ଓ)କନ୍ଧମାଳ ଜ଼ିଲ୍ଲା କଇଁଝର ପଂଚାୟତ ଡାଣ୍ଡିଙ୍ଗି ପାଙ୍ଗା ଗ୍ରାମରେ ପାରମ୍ପରିକ ଶିଙ୍ଗ ନୃତ୍ୟ ଦଳ ତରଫରୁ ଆୟୋଜିତ ହୋଇଥିବା ତିନି ଦିନିଆ ରଜଉତ୍ବ ଅତି ଧୁମଧାମରେ ପାଳିତ ହୋଇଯାଇଛି ରଜ ଦୋଳିର ଚତୁର୍ପାଶ୍ୱ ରେ ରଙ୍ଗ ବେରଙ୍ଗ ରେ ଅତି ସୁନ୍ଦର ଭାବରେ ସଜେଇ ମ୍ୟୁଜିକ ବଜେଇ ଏବଂ ମ୍ୟୁଜିକ ର ତାଳେ ତାଳେ ଉକ୍ତ ଗ୍ରାମର ଯୁବତୀ ଓ ମହିଳା ଆନନ୍ଦ ଉଲ୍ହାସରେ ଏକାଠି ହୋଇ ରଜ ଦୋଳି ଖେଳୁଥିବା ଦେଖିବାକୁ ମିଳିଛି l ଏହିପରି ଯେକୌଣସି ପାରମ୍ପରିକ ପ୍ରକାର ପର୍ବ ପର୍ବାଣି କୁ ଉକ୍ତ ଗ୍ରାମର ଯୁବକ ଯୁବତୀ ବେଶ ଆଡମ୍ବର ସହିତ ପାଳନ କରିଥାନ୍ତି ଏବଂ ଭରପୁର ମଜା ନେଇଇଥାନ୍ତି ଯାହାକି ସୂଚାଇ ଥାଏ ତାଙ୍କ ମଧ୍ୟରେ ସୁ ସମ୍ପର୍କ ଭାଇଚାରା, ସମ୍ମାନ, ଶ୍ରେଂହ, ଶ୍ରଦ୍ଧା, ଭକ୍ତି, ପ୍ରେମ ନିଭିଡ଼ ରହିଥାଏ ଏହା ନିଂଛିତ ଭାବରେ ଅଞ୍ଚଳ ପାଇଁ ଏକ ଉଦାହରଣ କହିଲେ କିଛି ଅତ୍ୟୁକ୍ତି ହେବନାହିଁ l ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ରଜଉତ୍ସବ ରେ ପିଲା ଛୁଆ ଯୁବକ ଯୁବତୀ ମହିଳା ପୁରୁଷ ନୃତ୍ୟ ଗୀତ ରେ ମସଗୁଲ ହୋଇ ରଜ ଦୋଳି ଖେଳିଆନନ୍ଦ ଅନୁଭବ କରିଥିବା ଜଣା ପଡିଛି l ଏହିପରି ପ୍ରେକ୍ଷୀରେ ବିଧାୟକ କିମ୍ବା ସାଂସଦ ପାଣ୍ଠିରୁ ଉକ୍ତ ଗ୍ରାମ ପାଇଁ ଏକ ନୃତ୍ୟଗୀତ ତାଲିମ୍ କିମ୍ବା କମ୍ୟୁନିଟ ହଳ ନିର୍ମାଣ କରିବା ବ୍ୟବସ୍ତା କରିଦେଲେ ପାରମ୍ପରିକ ସଂକୃତି କୁ ସୁଦୃଡ଼ କରିବାରେ ସହାୟକ ହୋଇପାରିଥାନ୍ତl ବୋଲି ଲିଡର ଗୀତାଞ୍ଜଳି ମଳିକ, ଙ୍କ ସମେତ ସାଗରିକ ମଳିକ, ଅଶ୍ୱିନୀ ମଳିକ, ମାନିନୀ ମଳିକ, ବିଷ୍ଣୁ ପ୍ରିୟା ମଳିକ, ବନଶ୍ରୀ ମଳିକ, ଅଞ୍ଜଳି ମଳିକ, ରାନୁମା ମଳିକ, ସୌଦାମିନୀ ମଳିକ, ଯାମିନୀ ମଳିକ, ଝୁଲିଆ ମଳିକ,ଏହିପରି ଅନେକ ଯୁବତୀ ମତବ୍ୟକ୍ତ କରିଛନ୍ତି l ଏହି ରଜ ଉତ୍ସବ କୁ ସୁନ୍ଦର ଭାବରେ ପରିଚାଳିତ କରିବାରେ ସହଯୋଗ କରିଥିଲେ ପାରମ୍ପରିକ ଲୋକକଳାକାର ମହାସଂଘ କଇଁଝର, ପଂଚାୟତ ସଭାପତି ଶ୍ରୀ ଯୁକ୍ତ ଅଧିଶ୍ୱର ମଲିଜ ଏବଂ ସମ୍ପାଦକ କତଳା ମଲିଜ