ତାଳଚେରରେ ପାଳିତ ହେଲା ବିଶ୍ୱ ଗୁରୁ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ଅକ୍ଟୋବର ୫ରେ ବିଶ୍ୱ ଗୁରୁ ଦିବସ ଧୁମଧାମରେ ପାଳିତ ହୋଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସକୁ କାର୍ଯ୍ୟରତ ଗୁରୁଙ୍କ ହକ ପାଇଁ ପାଳନ କରାଯାଏ ବୋଲି ପ୍ରକାଶ କରିଥିଲେ। ତାଳଚେର ଯୁବରାଜ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଅଞ୍ଚଳର ସମସ୍ତ ଶିକ୍ଷକ […]

ତାଳଚେରରେ ପାଳିତ ହେଲା ବିଶ୍ୱ ଗୁରୁ ଦିବସ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ଅକ୍ଟୋବର ୫ରେ ବିଶ୍ୱ ଗୁରୁ ଦିବସ ଧୁମଧାମରେ ପାଳିତ ହୋଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସକୁ କାର୍ଯ୍ୟରତ ଗୁରୁଙ୍କ ହକ ପାଇଁ ପାଳନ କରାଯାଏ ବୋଲି ପ୍ରକାଶ କରିଥିଲେ। ତାଳଚେର ଯୁବରାଜ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଅଞ୍ଚଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୂର୍ବତନ ସାଂସଦ ଶ୍ରୀ ସାହୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଶିକ୍ଷାଧିକାରୀ ଖଗେଶ୍ୱର ପ୍ରଧାନ, ଅନୁଷ୍ଠାନର ସଭାପତି ଇଂ ରମେଶ ବେହେରା, ସାଧାରଣ ସମ୍ପାଦକ ଅବସରପ୍ରାପ୍ତ ଅଧ୍ୟାପକ ଡ଼ଃ ନିମାଇଁ ଚରଣ ପ୍ରଧାନ, କାଉନସିଲର ଯଶୋବନ୍ତ ମିଶ୍ର, ଆସିଫ ଖାଁ, ଦେବନ ବେହେରା, ସାମ୍ବାଦିକ ତପନ କୁମାର ମହାରଣା, ଭାଗ୍ୟରଥି ମହାପାତ୍ର, ରୋହିତ ବେହେରା, ଲିପୁ ରଥ, ରାଜୀବ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।