ତାଳଚେର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ: ସନ୍ତୋଷ ସାହୁ ସଭାପତି, ସମ୍ପାଦକ ମାନସ ବାଇ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ସଭାପତି ଭାବେ ସନ୍ତୋଷ ସାହୁ, ଉପସଭାପତି ଭାବେ ପ୍ରମୋଦ ପ୍ରଧାନ, ସାଧାରଣ ସମ୍ପାଦକ ମାନସ ବାଇ ନିର୍ବାଚିତ ହୋଇଛନ୍ତି। ଅଡିଟର ଭାବେ ଜଳନ୍ଧର ବେହେରା, ସାଂସ୍କୃତିକ ସମ୍ପାଦକ ଭାବେ ରାଜେନ୍ଦ୍ର ସିଂ, କୋଷାଧ୍ୟକ୍ଷ ଭାବେ ତନୋଜ ପ୍ରଧାନ, ସେମିନାର ସମ୍ପାଦକ ଭାବେ କରୁଣାକର ନାୟକ ପ୍ରମୁଖ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୨୮୫ ଜଣଙ୍କ ମଧ୍ୟରୁ ୨୬୨ ଜଣ ମତଦାନ କରିଥିଲେ। ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ପାତ୍ର ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ।