ସାମାନ୍ୟ ପାଟି ତୁଣ୍ଡରୁ ହତ୍ୟା: ଜନ୍ମ କଲା ମା’କୁ ପିଟି ପିଟି ମାରିଲା ପୁଅ
ଅନୁଗୁଳ: ସାମାନ୍ୟ ପାଟି ତୁଣ୍ଡରୁ ମା’କୁ ହତ୍ୟା। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି। ଘଟଣାରେ ଅଭିଯୁକ୍ତ ମାତୃହନ୍ତା ସରୋଜ ନାଏକକୁ ପୋଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କାରଣକୁ ନେଇ ମା’- ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଜି ସକାଳେ ପୁଣିଥରେ ମା’- ପୁଅଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପୁଅ ସରୋଜ ନାଏକ ନିଜ ମା’ ଲତା ନାଏକ […]
ଅନୁଗୁଳ: ସାମାନ୍ୟ ପାଟି ତୁଣ୍ଡରୁ ମା’କୁ ହତ୍ୟା। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି। ଘଟଣାରେ ଅଭିଯୁକ୍ତ ମାତୃହନ୍ତା ସରୋଜ ନାଏକକୁ ପୋଲିସ ଅଟକ ରଖିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କାରଣକୁ ନେଇ ମା’- ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଜି ସକାଳେ ପୁଣିଥରେ ମା’- ପୁଅଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପୁଅ ସରୋଜ ନାଏକ ନିଜ ମା’ ଲତା ନାଏକ (୭୦)ଙ୍କୁ ପିଟି ପିଟି ହତ୍ୟା କରିଛି। ଏ ଖବର ଗାଁ ଲୋକ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମା’କୁ ହତ୍ୟା କରିଥିବା ପୁଅ ସରୋଜକୁ ଅଟକ ରଖି ପଚରାଉଚରା କରୁଛି।