ଦୁଇ ଅଜଗର ଓ ଗୋଟିଏ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସର୍ପମିତ୍ର

ଅନୁଗୁଳ: ଅନୁଗୁଳ ସଦର ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ଦୁଇଟି ଅଜଗର ଓ ଗୋଟିଏ ନାଗ ସାପ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ପରେ ସାପଙ୍କୁ ସୁରକ୍ଷିତ ଭାବେ ବନ ବିଭାଗର ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସୂଚନା ମୁତାବକ, ପରଙ୍ଗ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଏକ ଅଜଗର ସାପ ପଶିଥିବା ଖବର ପାଇ ସକାଳେ ସର୍ପମିତ୍ର ଆଦିତ୍ୟ ବେହେରା, ଚିନୁ ସାହୁ ଓ ସୁଦର୍ଶନ ପ୍ରଧାନ ପହଞ୍ଚିବା ସହ ସାପକୁ ସୁରକ୍ଷିତ ଭାବେ […]

ଦୁଇ ଅଜଗର ଓ ଗୋଟିଏ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସର୍ପମିତ୍ର
ଅନୁଗୁଳ: ଅନୁଗୁଳ ସଦର ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ଦୁଇଟି ଅଜଗର ଓ ଗୋଟିଏ ନାଗ ସାପ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ପରେ ସାପଙ୍କୁ ସୁରକ୍ଷିତ ଭାବେ ବନ ବିଭାଗର ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସୂଚନା ମୁତାବକ, ପରଙ୍ଗ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଏକ ଅଜଗର ସାପ ପଶିଥିବା ଖବର ପାଇ ସକାଳେ ସର୍ପମିତ୍ର ଆଦିତ୍ୟ ବେହେରା, ଚିନୁ ସାହୁ ଓ ସୁଦର୍ଶନ ପ୍ରଧାନ ପହଞ୍ଚିବା ସହ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସାପର ଲମ୍ବ ପାଖାପାଖି ୬ ଫୁଟ ହେବ ବୋଲି ଜଣାପଡ଼ିଛି। ଅନ୍ୟପଟେ ସକାଳ ସାଢ଼େ ୯ ଟାରେ ଖବର ପାଇ ସରଧାପୁର ଗ୍ରାମରେ ଏକ ୮ ଫୁଟ ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସେହିପରି ଖଲାରୀ ଅଞ୍ଚଳରୁ ଏକ ନାଗସାପ ଉଦ୍ଧାର ହୋଇଛନ୍ତି। ତିନୋଟି ଯାକ ସାପକୁ ଅନୁଗୁଳ ରେଞ୍ଜର ହରମୋହନ ନାୟକଙ୍କ ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।