ଅବକାରୀ ବିଭାଗ ପକ୍ଷରୁ ରକ୍ତଦାନ ଶିବିର
ଅନୁଗୁଳ: ମେ ୩୧ ଠାରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବାପୀ ସଚେତନତା ଅଭିଯାନ ଓଡ଼ିଶାର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଅଛି । ନୂତନ ସରକାରଙ୍କ ବର୍ଷ ଏକ ଉପଲବ୍ଧି ଅନେକ ମଧ୍ୟରେ ସୁସ୍ଥ ଓଡିଶା ସମୃଦ୍ଧ ଓଡିଶାକୁ ପାଥେୟ କରି ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଅଛି । ସେହିପରି ଯୁବଗୋଷ୍ଠୀଙ୍କୁ ନିଶା କବଳରୁ ଉଦ୍ଧାର କରିବା ଓ ସମାଜ ପାଇଁ କିଛି ଭଲ କରିବା ଉଦ୍ଧେଶ୍ୟରେ ଗୁରୁବାର ଅନୁଗୁଳ ଅବକାରୀ ରେଞ୍ଜ୍ କାର୍ଯ୍ୟାଳୟ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଗୁଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ତତ୍ତ୍ଵାବଧାନରେ ରକ୍ତଦାନ ଶିବିର ପରିଚାଳନା ହୋଇଥିବା ବେଳେ ଅନୁଗୁଳ ରକ୍ତଦାନ କେନ୍ଦ୍ର ସହାୟତାର ଏଥିରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ ଓ ଉତ୍କର୍ଷ ପରିବାର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।