ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ବିଶାଳ ରକ୍ତ ଦାନ ଶିବିର

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଏହି ମେଗା ଶିବିରକୁ ଅତିଥି ରୂପେ ଉଦଘାଟନ କରିଥିଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ। ସମ୍ମାନିତ ଅତିଥି ରୂପେ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଉପାଧ୍ୟକ୍ଷା ଅନୁପମା ସାହୁ,ବିଜେଡି ଯୁବନେତା ଦିନେଶ ପ୍ରଧାନ,ପୂର୍ବତନ ନଗରପାଳ ଶକ୍ତି ପଟ୍ଟନାୟକ,ଭକ୍ତି ପ୍ରସାଦ ଦାସ, ଶିକ୍ଷାବିତ୍ ମହେଶ ଚନ୍ଦ୍ର ଧଳ,କାଉନସିଲର ରଞ୍ଜିତ ମାଣ୍ଡୋଠିଆ,ସୁଶିଲ ମୁଖି,ଯୁବନେତା […]

ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ବିଶାଳ ରକ୍ତ ଦାନ ଶିବିର
ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଏହି ମେଗା ଶିବିରକୁ ଅତିଥି ରୂପେ ଉଦଘାଟନ କରିଥିଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ। ସମ୍ମାନିତ ଅତିଥି ରୂପେ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଉପାଧ୍ୟକ୍ଷା ଅନୁପମା ସାହୁ,ବିଜେଡି ଯୁବନେତା ଦିନେଶ ପ୍ରଧାନ,ପୂର୍ବତନ ନଗରପାଳ ଶକ୍ତି ପଟ୍ଟନାୟକ,ଭକ୍ତି ପ୍ରସାଦ ଦାସ, ଶିକ୍ଷାବିତ୍ ମହେଶ ଚନ୍ଦ୍ର ଧଳ,କାଉନସିଲର ରଞ୍ଜିତ ମାଣ୍ଡୋଠିଆ,ସୁଶିଲ ମୁଖି,ଯୁବନେତା ଅରୁଣାଭ ସିଂହ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ମାରୱାଡ଼ି ଧର୍ମଶାଳାରେ ଆୟୋଜିତ ଏହି ଶିବିରରେ ରକ୍ତଦାନ ପାଇଁ ଏକକାଳୀନ ୫୦ ଟି ଶଯ୍ୟାର ବ୍ୟବସ୍ଥା କରାଯାଇଥିଲା। ପ୍ରତିଷ୍ଠାନର ସଭାପତି ଦୀପକ ବର୍ମା, ପୂର୍ବତନ ସଭାପତି ଅଶୋକ କୁମାର ଜୈନ୍,ସମ୍ପାଦକ ନିଳାଞ୍ଚଳ ପ୍ରଧାନଙ୍କ ସମେତ ମୁଖ୍ୟ ସଂଯୋଜକ ବିକ୍ରମ ଅଗ୍ରୱାଲ,ଉପସଭାପତି ଅଶୋକ ମୋଦି,ଶେଖ୍ ରଫିକ୍,ସାଂସ୍କୃତିକ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ଧଳ,ପୀୟୂଷ କାନ୍ତ ମହୁରୀ,ବଜରଙ୍ଗ ଲାଲ ମାନଡୋଠିଆ, ଅତୁଲ ପଂଶାରି ତଥା ପ୍ରତିଷ୍ଠାନର ବହୁ ସଭ୍ୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।ଅନୁଗୁଳ ର ପ୍ରତି ବାଣିଜ୍ୟ ସଂସ୍ଥାର ସଦସ୍ୟ,ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଆଗ୍ରହର ସହ ରକ୍ତ ଦେଇ ଅନ୍ୟର ଜୀବନ ରକ୍ଷା କରିବାରେ ନିଜର ମହତ୍ତର ଯୋଗଦାନ ଦେଇଥିଲେ। ଶିବିରରୁ ମୋଟ ୧୦୩୧ ୟୁନିଟ ରକ୍ତ ସଂଗୃହୀତ ହୋଇ ରେକର୍ଡ ସୃଷ୍ଟି କରିଥିଲା। ପ୍ରତିଷ୍ଠାନର ସଦସ୍ୟ ମାନେ ଯେଭଳି ଉତ୍ସାହର ସହ ଶିବିର ଆୟୋଜନ କରିଥିଲେ ତାହା ସହରରେ ଅନ୍ୟ ଅନୁଷ୍ଠାନ ମାନଙ୍କୁ ବେଶ୍ ପ୍ରେରଣା ଯୋଗାଇପାରିଛି।