ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ଢେଙ୍କାନାଳ ସାଂସଦଙ୍କ ସମେତ ବିଜେପି ପ୍ରତିନିଧି ମଣ୍ଡଳୀ, ଦେଲେ ଆର୍ଥିକ ସହାୟତା
ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ମାଣିକଯୋଡ଼ି ଗ୍ରାମରେ ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଛନ୍ତି ଢେଙ୍କାନାଳ ସାଂସଦଙ୍କ ସମେତ ବିଜେପି ପ୍ରତିନିଧି ମଣ୍ଡଳୀ। ସୂଚନାଯୋଗ୍ୟ ଯେ ପାଞ୍ଚ ଦିନ ପୂର୍ବେ ହାତୀ ଆକ୍ରମଣରେ ବଟକୃଷ୍ଣ ନାୟକ (୫୮)ଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ବୁଧବାର ଢେଙ୍କାନାଳ ସାଂସଦଙ୍କ ସମେତ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଛନ୍ତି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ […]
ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ମାଣିକଯୋଡ଼ି ଗ୍ରାମରେ ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଛନ୍ତି ଢେଙ୍କାନାଳ ସାଂସଦଙ୍କ ସମେତ ବିଜେପି ପ୍ରତିନିଧି ମଣ୍ଡଳୀ।
ସୂଚନାଯୋଗ୍ୟ ଯେ ପାଞ୍ଚ ଦିନ ପୂର୍ବେ ହାତୀ ଆକ୍ରମଣରେ ବଟକୃଷ୍ଣ ନାୟକ (୫୮)ଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ବୁଧବାର ଢେଙ୍କାନାଳ ସାଂସଦଙ୍କ ସମେତ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଛନ୍ତି।
ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ସମେତ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ଆଠମଲ୍ଲିକର ପୂର୍ବତନ ବିଧାୟକ ରମେଶ ସାଏ, କେନ୍ଦ୍ରମନ୍ତ୍ରୀଙ୍କହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ଢେଙ୍କାନାଳ ସାଂସଦଙ୍କ ସମେତ ବିଜେପି ପ୍ରତିନିଧି ମଣ୍ଡଳୀ, ଦେଲେ ଆର୍ଥିକ ସହାୟତା ଅନୁଗୁଳ ବ୍ଲକ ପ୍ରତିନିଧି ପ୍ରଦୀପ ପ୍ରଧାନ, ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତି, ପ୍ରଭାତ ମିଶ୍ର, ବିଦ୍ୟାଧର ଚିନାରା, ସମିତି ସଭ୍ୟ ରାଜୁ ପଲେଇ, ଅଞ୍ଜନ ପ୍ରଧାନ, ଯଶୋବନ୍ତ ବେହେରା, ପପୁ ସାହୁ ସମେତ ବହୁତ ବିଜେପି ନେତା ବଟକୃଷ୍ଣଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଥିଲେ ଆର୍ଥିକ ସାହାଯ୍ୟ ଓ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଏଥିସହ ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।