ଘରୋଇ ନର୍ସିଂ ହୋମରୁ ପରିତ୍ୟକ୍ତ ଶିଶୁ ପୁତ୍ର ଉଦ୍ଧାର
ଅନୁଗୁଳ: ଅନୁଗୁଳ ମିଶ୍ରପଡ଼ା ସ୍ଥିତ ଏକ ନର୍ସିଂ ହୋମର କ୍ରାଡଲ ବେବି ପଏଣ୍ଟରୁ ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଆଜି ସକାଳ ୯ ଟାରେ ଖବର ପାଇବା ପରେ ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ସ୍ପେସିଆଲ ଆଡ଼ପସନ ଏଜେନ୍ସିର କର୍ମକର୍ତ୍ତା ପହଁଚି ଶିଶୁକୁ ଉଦ୍ଧାର କରିଥିଲେ। ପରେ ତାହାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇ ଥିବାବେଳେ ଶିଶୁପୁତ୍ରଟି ସୁସ୍ଥ ଥିବା ଜଣାପଡିଛି। ଶିଶୁପୁତ୍ରର ପୁନର୍ବାସ ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା […]
ଅନୁଗୁଳ: ଅନୁଗୁଳ ମିଶ୍ରପଡ଼ା ସ୍ଥିତ ଏକ ନର୍ସିଂ ହୋମର କ୍ରାଡଲ ବେବି ପଏଣ୍ଟରୁ ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଆଜି ସକାଳ ୯ ଟାରେ ଖବର ପାଇବା ପରେ ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ସ୍ପେସିଆଲ ଆଡ଼ପସନ ଏଜେନ୍ସିର କର୍ମକର୍ତ୍ତା ପହଁଚି ଶିଶୁକୁ ଉଦ୍ଧାର କରିଥିଲେ।
ପରେ ତାହାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇ ଥିବାବେଳେ ଶିଶୁପୁତ୍ରଟି ସୁସ୍ଥ ଥିବା ଜଣାପଡିଛି। ଶିଶୁପୁତ୍ରର ପୁନର୍ବାସ ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ସୂଚନା ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଉକ୍ତ ନର୍ସିଂ ହୋମରେ କ୍ରାଡଲ ବେବି ପ୍ୟାଣ୍ଟ୍ ଅଛି ବୋଲି ଶିଶୁର ପରିବାର ଲୋକ ଜାଣିଲେ କିପରି।
ନିଶ୍ଚିତ ଭାବେ ଶିକ୍ଷିତ ଏବଂ ଉକ୍ତ ନର୍ସିଂ ହୋମ ସହ ପୂର୍ବରୁ ପରିଚିତ ଥିବା ଆଶଙ୍କା କରାଯାଉଛି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ନର୍ସିଂ ହୋମର ସିସି ଟିଭି ଚେକ୍ କରି ଏ ମାମଲାରେ ଶିଶୁଟିର ପରିବାର ସମ୍ପର୍କରେ ଅନୁସନ୍ଧାନ କରିପାରିବେ।