ନିରାଶ୍ରୟଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବାଣ୍ଟିଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ
ଅନୁଗୁଳ: ଅନୁଗୁଳ ଜିଲ୍ଲା ନତଡ଼ା ପଞ୍ଚାୟତର ରାଷ୍ଟ୍ରୀୟ ବଜରଙ୍ଗ ଦଳ ଦ୍ଵାରା ନିରାଶ୍ରୟ ଲୋକ ମାନେ ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଜାଗାରେ କମ୍ବଳ ବଣ୍ଟନ କରାଯାଇଥିଲା। ପ୍ରଥମେ ମା ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ବସିଥିବା ନିରାଶ୍ରୟ ମାନଙ୍କୁ କମ୍ବଳ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ପରେ ନାଲକୋ ଶନି ମନ୍ଦିର ଓ ଶେଷରେ କେଦାର ଗୌରୀ ଧନ୍ଦା ମୁଳକ ତାଲିମ୍ କେନ୍ଦ୍ରରେ ଥିବା ଅନ୍ଧ, ମୂକ, ବଧିର ଭାଇ ଭଉଣି ମାନଙ୍କୁ କମ୍ବଳ ଓ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ନତଡ଼ା ପଞ୍ଚାୟତର ରାଷ୍ଟ୍ରୀୟ ବଜରଙ୍ଗ ଦଳ ଦ୍ଵାରା ନିରାଶ୍ରୟ ଲୋକ ମାନେ ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଜାଗାରେ କମ୍ବଳ ବଣ୍ଟନ କରାଯାଇଥିଲା। ପ୍ରଥମେ ମା ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ବସିଥିବା ନିରାଶ୍ରୟ ମାନଙ୍କୁ କମ୍ବଳ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ପରେ ନାଲକୋ ଶନି ମନ୍ଦିର ଓ ଶେଷରେ କେଦାର ଗୌରୀ ଧନ୍ଦା ମୁଳକ ତାଲିମ୍ କେନ୍ଦ୍ରରେ ଥିବା ଅନ୍ଧ, ମୂକ, ବଧିର ଭାଇ ଭଉଣି ମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।
ଏହି କାର୍ଯକ୍ରମରେ ନତଡା ପଞ୍ଚାୟତ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂଯୋଜକ ହାଡିବନ୍ଧୁ ସାହୁ ,ଧନଞ୍ଜୟ ଦେହୁରୀ, ଅନିଲ କୁମାର ସାହୁଙ୍କ ସହ ବଜରଙ୍ଗ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅର୍ନ୍ତରାଷ୍ଟ୍ରୀୟ ମାନବାଧିକାର ଅନୁଗୁଳ ସଭପତି, ସମଜସେବୀ ପଦ୍ମାକ୍ଷୀ ସିଂହ, ସ୍କୋଏ ସଙ୍ଘର ଉପସଭାପତି ଓ ଅନୁଗୁଳ ତାଇକୋଣ୍ଡୋ ସଂଘର ସମ୍ପାଦକ (ପ୍ରତିଷ୍ଠାତା) ଦୁଷ୍ୟନ୍ତ କୁମାର ନାଥ, ଅନୁଗୁଳ ଜିଲ୍ଲା ସମାଜ ସେବୀ ମହାସଂଘର ସଭାପତି ସୁଧାକର ସାହୁ ପ୍ରମୁଖ ସାମିଲ ଥିଲେ।