ପାର୍ବଣ ପୂର୍ବରୁ ଅନୁଗୁଳ ଅଶାନ୍ତ! ଗାଡି ପାର୍କିଂକୁ ନେଇ ହୁଲୁରିସିଂହା ଛକରେ ହାଇଡ୍ରାମା

ଅନୁଗୁଳ: ପାର୍ବଣ ପୂର୍ବରୁ ଅଶାନ୍ତ ହେଉଛି ଅନୁଗୁଳ। ବିନା କାରଣରେ ଝଗଡ଼ା ଆଉ ତା ପରେ ମାରଣାସ୍ତ୍ର ଦେଖାଇ ଧମକ ଦେଉଥିବା ଭଳି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ଅନୁଗୁଳ ସହରର ହୁଲୁରିସିଂହା ଛକ ନିକଟରେ ଥିବା ଏକ ବାଇକ ସୋ ରୁମରେ ସେଭଳି ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୭ଟାରୁ ଆରମ୍ଭ ହୋଇଥିବା ଏହି ଡ୍ରାମା ରାତି ପ୍ରାୟ ୧୧ଟା ଯାଏଁ ଚାଲିଥିଲା। ସ୍ଥାନୀୟ ଜନପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ମାମଲା […]

ପାର୍ବଣ ପୂର୍ବରୁ ଅନୁଗୁଳ ଅଶାନ୍ତ! ଗାଡି ପାର୍କିଂକୁ ନେଇ ହୁଲୁରିସିଂହା ଛକରେ ହାଇଡ୍ରାମା
ଅନୁଗୁଳ: ପାର୍ବଣ ପୂର୍ବରୁ ଅଶାନ୍ତ ହେଉଛି ଅନୁଗୁଳ। ବିନା କାରଣରେ ଝଗଡ଼ା ଆଉ ତା ପରେ ମାରଣାସ୍ତ୍ର ଦେଖାଇ ଧମକ ଦେଉଥିବା ଭଳି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ଅନୁଗୁଳ ସହରର ହୁଲୁରିସିଂହା ଛକ ନିକଟରେ ଥିବା ଏକ ବାଇକ ସୋ ରୁମରେ ସେଭଳି ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୭ଟାରୁ ଆରମ୍ଭ ହୋଇଥିବା ଏହି ଡ୍ରାମା ରାତି ପ୍ରାୟ ୧୧ଟା ଯାଏଁ ଚାଲିଥିଲା। ସ୍ଥାନୀୟ ଜନପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡ଼ିଥିଲା। ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ହୁଲୁରିସିଂହା ଛକ ନିକଟରେ ଥିବା ଏକ ବାଇକ ସୋରୁମକୁ ଜଣେ ବ୍ୟକ୍ତି ଗାଡ଼ି କିଣିବାକୁ ଆସିଥିଲେ। ସେ ଆମ୍ବେଦକର ନଗର ଯିବା ରାସ୍ତାରେ ନିଜ ଗାଡ଼ିକୁ ପାର୍କ କରିଥିଲେ। ସେହି ସମୟରେ ଆମ୍ବେଦକର ନଗରକୁ ଯାଉଥିବା ଜଣେ ବ୍ୟକ୍ତି ଗାଡି ପାର୍କିଂକୁ ନେଇ ଉକ୍ତ ବ୍ୟକ୍ତିଙ୍କ ସହ ଝଗଡ଼ା କରିଥିଲେ। ଝଗଡ଼ାର କିଛି ସମୟ ପରେ ସେ ଘରୁ ନିଜ ପତ୍ନୀଙ୍କୁ ଧରି ପୁଣି ଥରେ ସୋରୁମ ନିକଟକୁ ଆସିଥିଲେ। ଆଉ ହାତରେ ଏକ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସୌଭାଗ୍ୟବଶତଃ ଉକ୍ତ ବ୍ୟକ୍ତିଙ୍କର କିଛି ହୋଇନାହିଁ। ଝଗଡ଼ା ଦୀର୍ଘ ସମୟ ଯାଏଁ ଚାଲିଥିବା ବେଳେ ସ୍ଥାନୀୟ କାଉନସିଲରଙ୍କ ମଧ୍ୟସ୍ଥତାରେ ସମାଧାନ ହୋଇଥିଲା। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ। ତେବେ ପାର୍ବଣ ପୂର୍ବରୁ ଅନୁଗୁଳରେ ମାରଣାସ୍ତ୍ର ଧରି ଆକ୍ରମଣ ଉଦ୍ୟମ ସହରବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।