ବଅଁରପାଳରେ ଗିରି ଗୋବର୍ଦ୍ଧନ ପୂଜା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସାପ୍ତାହିକ ହାଟ ପାର୍ଶ୍ଵ ପଡିଆରେ ଗିରି ଗୋବର୍ଦ୍ଧନଙ୍କ ବାର୍ଷିକ ପୂଜା ଗତ ଶନିବାର ଠାରୁ ଆରମ୍ଭ ହୋଇଛି। ଉକ୍ତଦିନ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ନିକଟସ୍ଥ ପୁଷ୍କରିଣୀରୁ ପୂଜା ପାଠ ପୂର୍ବକ କଳସରେ ପବିତ୍ର ଜଳ ସଂଗ୍ରହ କରି ଏକ ଶୋଭାଯାତ୍ରାରେ ଆସି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ପୂଜକ ପ୍ରଶାନ୍ତ କୁମାର ନନ୍ଦଙ୍କ ଦ୍ୱାରା ମୃଣ୍ମୟ ମୂର୍ତ୍ତିରେ ଜୀବନ୍ୟାସ ଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରା ଯାଇଥିଲା। […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସାପ୍ତାହିକ ହାଟ ପାର୍ଶ୍ଵ ପଡିଆରେ ଗିରି ଗୋବର୍ଦ୍ଧନଙ୍କ ବାର୍ଷିକ ପୂଜା ଗତ ଶନିବାର ଠାରୁ ଆରମ୍ଭ ହୋଇଛି। ଉକ୍ତଦିନ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ନିକଟସ୍ଥ ପୁଷ୍କରିଣୀରୁ ପୂଜା ପାଠ ପୂର୍ବକ କଳସରେ ପବିତ୍ର ଜଳ ସଂଗ୍ରହ କରି ଏକ ଶୋଭାଯାତ୍ରାରେ ଆସି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ପୂଜକ ପ୍ରଶାନ୍ତ କୁମାର ନନ୍ଦଙ୍କ ଦ୍ୱାରା ମୃଣ୍ମୟ ମୂର୍ତ୍ତିରେ ଜୀବନ୍ୟାସ ଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରା ଯାଇଥିଲା।
ଏହା ଅଞ୍ଚଳରେ ଏକମାତ୍ର ପୂଜା ହେଇଥିବାରୁ ସନ୍ଧ୍ୟା ହେଲେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମୁଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପୂଜାର ଶେଷ ତିନି ରାତି କଟକୀ ଅପେରା ହେବ ବୋଲି ପୂଜା କମିଟି ସଭାପତି ଅଶୋକ କୁମାର ସାହୁ ଓ ସମ୍ପାଦକ ମହେଶ୍ୱର ନାହାକ ସୂଚନା ଦେଇଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ନିୟୋଜିତ ଥିବା ଜଣାଯାଇଛି।