*ମହିଳାଙ୍କୁ ଅସଦାଚରଣ ଅଭିଯୋଗ ରେ ନାଲକୋ କର୍ମଚାରୀ ଙ୍କ ନାମରେ ଥାନା ରେ ଏତଲା*

ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ତା 19/11/2024 ରିଖ ମଙ୍ଗଳବାର ଦିନ ସକାଳ 6:30 ସମୟରେ ଗିରାଙ୍ଗ ଗ୍ରାମର ଜନୈକ ମହିଳା ନୂଆବନ୍ଧ ପୋଖରୀ କୁ ଗାଧେଇ ବାକୁ ଯାଉଥିବା ବେଳେ ନାଲକୋ ସ୍ମେଲଟର ପ୍ଲାଣ୍ଟ ରେ କାର୍ଯ୍ୟରତ ପ୍ରକାଶ ବେହେରା ତାଙ୍କୁ ବିଭିନ୍ନ ଅଶାଳୀନ ଭାଷାରେ ଇଙ୍ଗିତ କରିବା ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ I ସେହି ସମୟରେ ମହିଳା ଜଣକ ଏହି ଦୁଷ୍କର୍ମକାରୀ ଙ୍କ କବଳରୁ ବଞ୍ଚିବା ନିମନ୍ତେ ପ୍ରାଣପଣେ ଉଦ୍ୟମ କରିବା ସହ ଜୋର ରେ ପାଟି କରିଥିଲେ ଏବଂ ପାଟି ଶୁଣି କିଛି ଯୁବକ ତୁରନ୍ତ ସେଠି ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ ଓ ପ୍ରକାଶ ବେହେରା ସେଠୁ ନିଜ ସ୍କୁଟି ଛାଡି ତୁରନ୍ତ ଚମ୍ପଟ ମାରିଥିଲେ I ଗ୍ରାମବାସୀ ସ୍କୁଟି କୁ ସଂଗ୍ରହ କରି ନାଲକୋ ନିୟୋଜିତ ସିକୁରିଟି ସଂସ୍ଥା (KSSA) ଅଫିସ ରେ ହସ୍ତାନ୍ତର କରିଥିଲେ I ବିଶେଷ ସୂତ୍ରରୁ ଖବର ଅନୁଯାୟୀ ପ୍ରକାଶ ବେହେରା ସେଦିନ "A" ସିଫ୍ଟ ଡିଉଟି ରେ ଥିଲେ ଏବଂ ତାଙ୍କ କର୍ତ୍ତୃପକ୍ଷ ଙ୍କୁ ସୂଚନା ନ ଦେଇ ପ୍ଲାଣ୍ଟ ବାହାରକୁ ଆସି ଏଭଳି ଜଘନ୍ୟ କାଣ୍ଡ ଭିଆଇଛନ୍ତି I* *ଏ ସମସ୍ତ ଘଟଣାକୁ ଆଧାର କରି ଜନୈକ ମହିଳାଙ୍କ ସ୍ୱାମୀ ନାଲକୋ ଥାନାରେ ଏତଲା ଦେଇଥିଲେ ଏବଂ ନାଲକୋ ଥାନା ଏହି କେସ କୁ ପଞ୍ଜିକୃତ କରି ଭାରତୀୟ ନ୍ୟାୟ ସଂହିତା 79/75(1)/115(2)/351(3), 4 ଟି ଦଫା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି I*

*ମହିଳାଙ୍କୁ ଅସଦାଚରଣ ଅଭିଯୋଗ ରେ ନାଲକୋ କର୍ମଚାରୀ ଙ୍କ ନାମରେ ଥାନା ରେ ଏତଲା*