ରେଳ ଧାରଣାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଟ୍ରେନ୍ରୁ ଖସି ପଡ଼ିଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସରିଗିପାଲି ନିକଟସ୍ଥ ରେଳ ଧାରଣାରୁ ଗୁରୁବାର ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରିଛି ରେଢ଼ାଖୋଲ ରେଳବାଇ ପୋଲିସ। ମୃତକ ହେଲେ ବଲାଙ୍ଗୀର ଜିଲ୍ଲାର ନେପାଳ ପ୍ରଧାନ (୭୭)। ସୂଚନା ମୁତାବକ, ନେପାଳ ପୁରୀ ଦୁର୍ଗ ଏକ୍ସପ୍ରେସ ମାଧ୍ୟମରେ ମଙ୍ଗଳବାର ରାତିରେ ଆସୁଥିବା ବେଳେ ଟ୍ରେନରୁ ଖସି ପଡ଼ିଥିଲେ । ସେ ନିଖୋଜ ଥିବା ସମ୍ବଲପୁର ରେଳବାଇ ପୋଲିସ ନିକଟରେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଗୁରୁବାର ଦିନ […]

ରେଳ ଧାରଣାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଟ୍ରେନ୍ରୁ ଖସି ପଡ଼ିଥିବା ଅଭିଯୋଗ
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସରିଗିପାଲି ନିକଟସ୍ଥ ରେଳ ଧାରଣାରୁ ଗୁରୁବାର ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରିଛି ରେଢ଼ାଖୋଲ ରେଳବାଇ ପୋଲିସ। ମୃତକ ହେଲେ ବଲାଙ୍ଗୀର ଜିଲ୍ଲାର ନେପାଳ ପ୍ରଧାନ (୭୭)। ସୂଚନା ମୁତାବକ, ନେପାଳ ପୁରୀ ଦୁର୍ଗ ଏକ୍ସପ୍ରେସ ମାଧ୍ୟମରେ ମଙ୍ଗଳବାର ରାତିରେ ଆସୁଥିବା ବେଳେ ଟ୍ରେନରୁ ଖସି ପଡ଼ିଥିଲେ । ସେ ନିଖୋଜ ଥିବା ସମ୍ବଲପୁର ରେଳବାଇ ପୋଲିସ ନିକଟରେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଗୁରୁବାର ଦିନ ରେଳ ଧାରଣାରେ ଶବ ପଡ଼ିଥିବା ଗ୍ରାମବାସୀ ଦେଖି ରେଢାଖୋଲ ରେଳବାଇ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ରେଢାଖୋଲ ରେଳବାଇ ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାଯାଇଛି।