ସୁଭଦ୍ରାକୁ ନେଇ ସତର୍କ କଲେ ଉପମୁଖ୍ୟମନ୍ତ୍ରୀ: କୌଣସି ଫୋନ କଲ୍ କିମ୍ବା ଲିଙ୍କରେ ବିଶ୍ୱାସ ନ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ବହୁ ଚର୍ଚ୍ଚା। ଖୋଦ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି ଏହାର ଲୋକାର୍ପଣ ପାଇଁ। ଆସନ୍ତାକାଲି ଏହି ବହୁ ପ୍ରତୀକ୍ଷିତ ଯୋଜନାର ଶୁଭାରମ୍ଭ ହେବ। ତେବେ ଇତି ମଧ୍ୟରେ ପାଖାପାଖି ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିସାରିଲେଣି। ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ପ୍ରଥମ କିସ୍ତି ଦେବେ। କିନ୍ତୁ ଏବେ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ […]

ସୁଭଦ୍ରାକୁ ନେଇ ସତର୍କ କଲେ ଉପମୁଖ୍ୟମନ୍ତ୍ରୀ: କୌଣସି ଫୋନ କଲ୍ କିମ୍ବା ଲିଙ୍କରେ ବିଶ୍ୱାସ ନ କରିବାକୁ ଦେଲେ ପରାମର୍ଶ
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ବହୁ ଚର୍ଚ୍ଚା। ଖୋଦ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି ଏହାର ଲୋକାର୍ପଣ ପାଇଁ। ଆସନ୍ତାକାଲି ଏହି ବହୁ ପ୍ରତୀକ୍ଷିତ ଯୋଜନାର ଶୁଭାରମ୍ଭ ହେବ। ତେବେ ଇତି ମଧ୍ୟରେ ପାଖାପାଖି ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିସାରିଲେଣି। ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ପ୍ରଥମ କିସ୍ତି ଦେବେ। କିନ୍ତୁ ଏବେ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସୁଭଦ୍ରା ଯୋଜନା ନାଁରେ ଏବେ ଠକେଇର ଶିକାର ହେଉଛନ୍ତି ମହିଳା। ଏନେଇ ସତର୍କ କରାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ମହିଳାଙ୍କ ଫୋନକୁ ଲିଙ୍କ୍ ଓ ଫ୍ରଡ୍ କଲ୍ ଆସୁଥିବା ଅଭିଯୋଗ ହୋଇଛି। ସରକାର କୌଣସି ଲିଙ୍କ କିମ୍ବା ଫୋନ କଲ୍ ହିତାଧିକାରୀଙ୍କ ପାଖକୁ ପଠାଉନାହାନ୍ତି। ତେଣୁ ଏଭଳି ଲିଙ୍କଙ୍କୁ କ୍ଲିକ୍ କରନ୍ତୁ ନାହିଁ ବୋଲି ସତର୍କ କରାଇଛନ୍ତି ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏନେଇ ଜଣେ ମହିଳା ସାଇବର ଠକର ଶିକାର ହୋଇ ୧୨ ହଜାର ଟଙ୍କା ହରାଇଥିବା ସୂଚନା ମିଳିଛି। ତେଣୁ ଆପଣ ମାନେ ଫର୍ମ ଭରନ୍ତୁ, ପଞ୍ଜିକରଣ କରନ୍ତୁ, ଟଙ୍କା ଆପଣଙ୍କ ଖାତାକୁ ଯିବ। ଏନେଇ କାହାର କଥାକୁ ବି ବିଶ୍ବାସ କରନ୍ତୁ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।