ସରକାରୀ ଗୋଚର ଜମିରେ ରାସ୍ତା! ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଦାବି
ଅନୁଗୁଳ: ଜମି ଦଲାଲଙ୍କ କବ୍ଜାରେ ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ଗ୍ରାମ ଅଞ୍ଚଳର ଜମି। ଚାଷ ଜମି ଏବଂ ସରକାରୀ ଜମିକୁ ଜମି ମାଫିଆମାନେ ନିଜ କବ୍ଜାକୁ ନେଇଚାଲିଛନ୍ତି।ଗ୍ରାମର ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ ଏପରିକି ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଇଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶରେ କିଛି ଦିନ ପୂର୍ବରୁ ଗୋଚର ଜମିରୁ କିଛି ଜବରଦଖଲମୁକ୍ତ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୁନର୍ବାର ଜବରଦଖଲ କରାଯାଇଛି। ଯାହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଏକ ଘରୋଇ ସ୍କୁଲକୁ କାଜୁ ଫିଲଡ଼ ମଧ୍ୟ ଦେଇ ଗୋଚର ପଡ଼ିଆରେ ରାସ୍ତା ନିର୍ମାଣକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି।ଏ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହିତ ସରକାରୀ ଜମି ଉପରେ ଘରୋଇ ସ୍କୁଲକୁ ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିବେଦନ କରାଯାଇଥିବା ଜଣାଯାଇଛି।