ହେମୁସରପଡ଼ା ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ କଲେ ନୂଆ ଏସପି ରାହୁଲ ଜୈନ, ମା’ଙ୍କ ଆଶୀର୍ବାଦ ନେବା ସହ ଲୋକଙ୍କ ସାଙ୍ଗେ କଲେ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ନୂତନ ଏସପି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଆଇ.ପି.ଏସ ରାହୁଲ ଜୈନ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ବୁଲି ସୁରକ୍ଷା ଯାଞ୍ଚ କରିବା ସହ ମା’ଙ୍କ ଆଶୀର୍ବାଦ ନେଇଛନ୍ତି। ଆଜି ସନ୍ଧ୍ୟାରେ ଅନୁଗୁଳ ଏସପି ବିଭିନ୍ନ ମଣ୍ଡପ ପରିଦର୍ଶନ କରିଛନ୍ତି। ସେ ହେମୁସରପଡା ପୂଜା ମଣ୍ଡପ ନିକଟରେ ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ। ସ୍ଥାନୀୟ ପୂଜା ମଣ୍ଡପ କର୍ମକର୍ତ୍ତା ଏସପିଙ୍କୁ ସ୍ୱାଗତ କରିଥିଲେ। ପରେ ଏସପି ଲୋକଙ୍କ ସହ ଆଲୋଚନା କରିବା ସହ […]

ହେମୁସରପଡ଼ା ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ କଲେ ନୂଆ ଏସପି ରାହୁଲ ଜୈନ, ମା’ଙ୍କ ଆଶୀର୍ବାଦ ନେବା ସହ ଲୋକଙ୍କ ସାଙ୍ଗେ କଲେ ଆଲୋଚନା
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ନୂତନ ଏସପି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଆଇ.ପି.ଏସ ରାହୁଲ ଜୈନ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ବୁଲି ସୁରକ୍ଷା ଯାଞ୍ଚ କରିବା ସହ ମା’ଙ୍କ ଆଶୀର୍ବାଦ ନେଇଛନ୍ତି। ଆଜି ସନ୍ଧ୍ୟାରେ ଅନୁଗୁଳ ଏସପି ବିଭିନ୍ନ ମଣ୍ଡପ ପରିଦର୍ଶନ କରିଛନ୍ତି। ସେ ହେମୁସରପଡା ପୂଜା ମଣ୍ଡପ ନିକଟରେ ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ। ସ୍ଥାନୀୟ ପୂଜା ମଣ୍ଡପ କର୍ମକର୍ତ୍ତା ଏସପିଙ୍କୁ ସ୍ୱାଗତ କରିଥିଲେ। ପରେ ଏସପି ଲୋକଙ୍କ ସହ ଆଲୋଚନା କରିବା ସହ ଶାନ୍ତିଶୃଙ୍ଖଳା ସହ ପୂଜା ସାରିବା ନେଇ ଆଲୋଚନା କରିଥିଲେ। ଏସପିଙ୍କ ଗସ୍ତ ବେଳେ ହେମସୁରପଡା ଦୁର୍ଗାପୂଜା କମିଟିର ସଭାପତି ଅମରେଶ ସ୍ୱାଇଁ, ସାଧାରଣ ସମ୍ପାଦକ ମନୋରଞ୍ଜନ ଦାସ, ଉପ ସଭାପତି ଅଶୋକ ଦଳବେହେରା, ସହସମ୍ପାଦକ କଲୋଳକାନ୍ତ ସାହୁ, ବିକାଶ ସୁବୁଦ୍ଧି, ଅମରଜିତ ସ୍ୱାଇଁ, ଦୀପକ ସ୍ୱାଇଁ, ଧୀରେନ୍ଦ୍ର ଖଟୁଆ, ରହିତାସ୍ୱ ଦଳବେହେରା, ଦୀପ୍ତି ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ।