ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ଅନୁଗୁଳରେ ପ୍ରାକୃତିକ କୃଷି ଏବଂ ମିଲେଟ ଚାଷ ପ୍ରକଳ୍ପ ଆରମ୍ଭ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲଙ୍କ ଦୃଷ୍ଟିକୋଣକୁ ଅନୁସରଣ କରି ଜିନ୍ଦଲ ଫାଉଣ୍ଡେସନ, ଏଚଡିଏଫ-ସିଡାର ସହଭାଗିତାରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଏକ ବ୍ୟାପକ ପ୍ରାକୃତିକ କୃଷି ଓ ମିଲେଟ ଚାଷ ପ୍ରକଳ୍ପର ଶୁଭାରମ୍ଭ କରିଛି । ଜିନ୍ଦଲ ଫାଊଣ୍ଡେସନ ଦ୍ୱାରା ଲୋକର୍ପିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜେଏସପିର ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଧୁ ସରସ୍ୱତୀ ଅଂଶଗ୍ରହଣ କରି ସୁସ୍ଥ ଜୀବନଯାପନ ପାଇଁ ପ୍ରକୃତିକ କୃଷିକୁ ଆପଣାଇ ନେବା ପାଇଁ ପରାମର୍ଶ […]

ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ଅନୁଗୁଳରେ ପ୍ରାକୃତିକ କୃଷି ଏବଂ ମିଲେଟ ଚାଷ ପ୍ରକଳ୍ପ ଆରମ୍ଭ
ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲଙ୍କ ଦୃଷ୍ଟିକୋଣକୁ ଅନୁସରଣ କରି ଜିନ୍ଦଲ ଫାଉଣ୍ଡେସନ, ଏଚଡିଏଫ-ସିଡାର ସହଭାଗିତାରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଏକ ବ୍ୟାପକ ପ୍ରାକୃତିକ କୃଷି ଓ ମିଲେଟ ଚାଷ ପ୍ରକଳ୍ପର ଶୁଭାରମ୍ଭ କରିଛି । ଜିନ୍ଦଲ ଫାଊଣ୍ଡେସନ ଦ୍ୱାରା ଲୋକର୍ପିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜେଏସପିର ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଧୁ ସରସ୍ୱତୀ ଅଂଶଗ୍ରହଣ କରି ସୁସ୍ଥ ଜୀବନଯାପନ ପାଇଁ ପ୍ରକୃତିକ କୃଷିକୁ ଆପଣାଇ ନେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଜେଏସପିର ପାରିପାଶ୍ୱିର୍କ ଗ୍ରାମଗୁଡ଼ିକରେ ୨୦୦ ଏକର ଜମିରେ ଏହାର ଆରମ୍ଭ କରାଯାଇଛି । ୧୫୦ ଏକରରେ ମିଲେଟ ଚାଷ ଏବଂ ୫୦ ଏକର ଜମିରେ ପନିପରିବା ଚାଷ ଉପରେ ଧ୍ୟାନକେନ୍ଦ୍ରିତ କରାଯାଇଛି । ସେହିପରି ୫୦୦ ରୋଷେଇ ବଗିଚା ପ୍ରତିଷ୍ଠା ଏବଂ ୧୦, ୦୦୦ ଫଳ ପ୍ରଦାନକାରୀ ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର, ଉଦ୍ୟାନ କୃଷି ଡେପୁଟି ଡାଇରେକ୍ଟର ଅମ୍ବର ଲୁଗୁନୁ, ନାବାର୍ଡ ଡିଡିଏମ ଆଶୁତୋଷ ରାୟ, ଏଲଇ-ଡିଏମଏଫ ଚନ୍ଦନ କୁମାର ଜେନା, ବଅଁରପାଳ ବିଏଓ ରୋଜାଲିନ ନାୟକ, ମୃତ୍ତିକା ସଂରକ୍ଷଣ ସହକାରୀ ନିର୍ଦେଶକ ଅମିତ କୁମାର ବେହେରା, ଏଚଡିଏଫ-ସିଡାର ପ୍ରକଳ୍ପ ନିଦେ୍ର୍ଦଶକ ନୃସିଂହ ଚରଣ ନାୟକ, ଜେଏସପିର ଜିଏମ ( ଏଚଆର ଆଣ୍ଡ ଇଏସ) ଶରତ କିଶୋର ପଣ୍ଡା, ଜିଏମ ସିଏସ୍ଆର ଜୟନ୍ତ କୁମାର ମହାନ୍ତି, ଡିଜିଏମ ସିଏସଆର ଆଶୁତୋଷ ମିଶ୍ର ପ୍ରମୁଖ ଯୋଗ ଦେବା ସହ ପାରିପାର୍ଶ୍ୱିକ ଗ୍ରାମରୁ ଅନେକ କୃଷକ ନେତା ମଧ୍ୟ ଏକାଠି ହୋଇଥିଲେ ।