ଦୁର୍ଗା ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ଆକର୍ଷଣୀୟ ଉପହାର: ଆରମ୍ଭ ହେଲା ସ୍କ୍ରାଚ ଏଣ୍ଡ ୱିନ ଅଫର

ଅନୁଗୁଳ: ଦୁର୍ଗା ପୂଜା ପାଇଁ ସବୁଠି ଉତ୍ସବର ମାହୋଲ। ଏ ଅବସରରେ ଅନୁଗୁଳସ୍ଥିତ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ସ୍କ୍ରାଚ ଏଣ୍ଡ ୱିନ ପୂଜା ଅଫର ଆରମ୍ଭ ହୋଇଛି। ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ, କନିଷ୍ଠ ପରିବହନ ଅଧିକାରୀ କେ.ଦିବ୍ୟଜ୍ୟୋତି ମହନ୍ତ,ଆସିଷ୍ଟାଣ୍ଟ ପ୍ରୋଗ୍ରାମର ନାରାୟଣ ବେହେରା ଏବଂ ସିଦ୍ଧି ଲକ୍ଷ୍ମୀ ମୋଟର୍ସର ସ୍ଵତ୍ଵାଧିକାରୀ ରାଜ କୁମାର ଅଗ୍ରୱାଲଙ୍କ କର କମଳରେ ଏହି ସ୍କ୍ରାଚ ଏଣ୍ଡ ୱିନର ଶୁଭାରମ୍ଭ କରାଯାଇଛି। […]

ଦୁର୍ଗା ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ଆକର୍ଷଣୀୟ ଉପହାର: ଆରମ୍ଭ ହେଲା ସ୍କ୍ରାଚ ଏଣ୍ଡ ୱିନ ଅଫର
ଅନୁଗୁଳ: ଦୁର୍ଗା ପୂଜା ପାଇଁ ସବୁଠି ଉତ୍ସବର ମାହୋଲ। ଏ ଅବସରରେ ଅନୁଗୁଳସ୍ଥିତ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ସ୍କ୍ରାଚ ଏଣ୍ଡ ୱିନ ପୂଜା ଅଫର ଆରମ୍ଭ ହୋଇଛି। ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ, କନିଷ୍ଠ ପରିବହନ ଅଧିକାରୀ କେ.ଦିବ୍ୟଜ୍ୟୋତି ମହନ୍ତ,ଆସିଷ୍ଟାଣ୍ଟ ପ୍ରୋଗ୍ରାମର ନାରାୟଣ ବେହେରା ଏବଂ ସିଦ୍ଧି ଲକ୍ଷ୍ମୀ ମୋଟର୍ସର ସ୍ଵତ୍ଵାଧିକାରୀ ରାଜ କୁମାର ଅଗ୍ରୱାଲଙ୍କ କର କମଳରେ ଏହି ସ୍କ୍ରାଚ ଏଣ୍ଡ ୱିନର ଶୁଭାରମ୍ଭ କରାଯାଇଛି। ଏହି ସ୍କ୍ରାଚ ଏଣ୍ଡ ୱିନ ଅଫରରେ ଗ୍ରାହକ ହୋଣ୍ଡାର ଯେକୌଣସି ୨ ଚକିଆ ଗାଡି କିଣିଲେ ସେଥିରେ ନିଶ୍ଚିତ ଉପହାର ପାଇପାରିବେ। ଏହି ଉପହାର ମଧ୍ୟରେ ମାଲେସିଆ ଟୁର, ସ୍ମାର୍ଟ ଟିଭି, ସ୍ମାର୍ଟ ଘଣ୍ଟା, ଭିଆଇପି ଟ୍ରଲି ବ୍ୟାଗ, କଫି ସେଟ, ମାଇକ୍ରୋ ୱେଭ, ଇଣ୍ଡକ୍ସନ କେଟିଲ, ବ୍ୟାଗ ପ୍ୟାକ୍ ଇତ୍ୟାଦି ମିଳିବ। ଏଥିସହ ଗ୍ରାହକ ମାନେ ମାତ୍ର ୧୧୦୦ ଟଙ୍କା ଡାଉନ ପେମେଣ୍ଟରେ ହୋଣ୍ଡାର ଗାଡ଼ି ନେଇପାରିବେ। ଏହା ସହ ପୁରୁଣା ଗାଡି ବଦଳାଇ ନୂତନ ହୋଣ୍ଡା ଗାଡ଼ି କ୍ୟାସ କିମ୍ବା ଫାଇନାନ୍ସ ମାଧ୍ୟମରେ ନେଇପାରିବେ। ପୁରୁଣା ଗାଡ଼ି ଏକ୍ସଚେଞ୍ଜ କଲେ ୨୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସର ସୁବିଧା ମଧ୍ୟ ରହିଛି। ଏହି ଅବସରରେ ଲକ୍ଷ୍ମୀ ହୋଣ୍ଡାର ସ୍ଵତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ ପୂଜାର ଅଭିନନ୍ଦନ ଜଣାଇବା ସହ ଅଫରର ଭରପୂର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ। ଏବେ ସବୁ ପ୍ରକାର ମଡେଲ ଓ ରଙ୍ଗ ଉପଲବ୍ଧ ଅଛି। ଏଣୁ ଅଫର ସରିବା ପୂର୍ବରୁ ନିଜ ମନ ମୁତାବକ ଗାଡ଼ି କିଣିବାକୁ ସେ କହିଛନ୍ତି।