ସାତକୋଶିଆ ଅଭୟାରଣ୍ୟରେ ଦନ୍ତା ମୃତ୍ୟୁ, ଲଢ଼େଇ ଯୋଗୁ ୨-୩ ଦିନ ତଳୁ ଜୀବନ ଯାଇଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଟିକରପଡ଼ା ରେଞ୍ଜ ଅନ୍ତର୍ଗତ ବେହେରାସାହି ନିକଟରେ ଏକ ଦନ୍ତା ହାତୀର ଗଳିତ ଶବ ଠାବ ହୋଇଛି। ମଝିପଡ଼ା ଫରେଷ୍ଟ ବିଟ୍ ହାଉସ ନିକଟରେ ଏହି ହାତୀର ଶବ ଠାବ ହୋଇଛି। ଗତ ଦୁଇ ତିନି ଦିନ ତଳୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବନ ବିଭାଗର କହିବାନୁଯାୟୀ, ହାତୀ ଲଢ଼େଇ କାରଣରୁ ଏହି ହାତୀର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଘଟଣାସ୍ଥଳକୁ ସାତକୋଶିଆ ଅଭୟାରଣ୍ୟର ବନଖଣ୍ଡ ଅଧିକାରୀମାନେ ଯାଇଥିବାର ଖବର ଆମର ହସ୍ତଗତ ହୋଇଛି। ସାତକୋଶିଆ ଅଭୟାରଣ୍ୟ ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ପଶୁ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି।

ସାତକୋଶିଆ ଅଭୟାରଣ୍ୟରେ ଦନ୍ତା ମୃତ୍ୟୁ, ଲଢ଼େଇ ଯୋଗୁ ୨-୩ ଦିନ ତଳୁ ଜୀବନ ଯାଇଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଟିକରପଡ଼ା ରେଞ୍ଜ ଅନ୍ତର୍ଗତ ବେହେରାସାହି ନିକଟରେ ଏକ ଦନ୍ତା ହାତୀର ଗଳିତ ଶବ ଠାବ ହୋଇଛି। ମଝିପଡ଼ା ଫରେଷ୍ଟ ବିଟ୍ ହାଉସ ନିକଟରେ ଏହି ହାତୀର ଶବ ଠାବ ହୋଇଛି। ଗତ ଦୁଇ ତିନି ଦିନ ତଳୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବନ ବିଭାଗର କହିବାନୁଯାୟୀ, ହାତୀ ଲଢ଼େଇ କାରଣରୁ ଏହି ହାତୀର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଘଟଣାସ୍ଥଳକୁ ସାତକୋଶିଆ ଅଭୟାରଣ୍ୟର ବନଖଣ୍ଡ ଅଧିକାରୀମାନେ ଯାଇଥିବାର ଖବର ଆମର ହସ୍ତଗତ ହୋଇଛି। ସାତକୋଶିଆ ଅଭୟାରଣ୍ୟ ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ପଶୁ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି