ସମର୍ପଣ ଏକାଡେ଼ମୀରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

  ଅନୁଗୁଳ : ସମର୍ପଣ ଏକାଡେ଼ମୀର ପ୍ରଗତିନଗର ଶାଖାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ଅଧକ୍ଷା ବୈଷ୍ଣବୀ ଦେଓଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ମୁଖ୍ୟ ଅତିଥି ଓ ଚିତ୍ରଶିଳ୍ପୀ ବିଦେଶୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧା […]

ସମର୍ପଣ ଏକାଡେ଼ମୀରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
  ଅନୁଗୁଳ : ସମର୍ପଣ ଏକାଡେ଼ମୀର ପ୍ରଗତିନଗର ଶାଖାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ଅଧକ୍ଷା ବୈଷ୍ଣବୀ ଦେଓଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ମୁଖ୍ୟ ଅତିଥି ଓ ଚିତ୍ରଶିଳ୍ପୀ ବିଦେଶୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ପଢି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଏହା ସହ ଗାନ୍ଧୀଙ୍କ ପାଞ୍ଚଟି ସ୍ୱଚ୍ଛତା ନିୟମକୁ ନିଜ ଜୀବନରେ ପାଳନ କରିବାକୁ କହିଥିଲେ। ସମ୍ମାନିତ ଅତିଥି ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିବା ସହ ଗାନ୍ଧୀ ଙ୍କ ପାଇଁ ରଚନ ହୋଇଥିବା କିଛି ସଂଗୀତ ଗାନ କରିଥିଲେ। ଅନୁଷ୍ଠାନର ପରିଚାଳନା ନିର୍ଦେଶକ ନିରୋଦ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଚିତ୍ରାଙ୍କନ ଓ ସାଧାରଣଜ୍ଞାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସହ ପରିଚାଳନା ନିର୍ଦେଶକ ପାର୍ଥସାରଥୀ ରାଉତ, ଶିକ୍ଷକ ଭବାନୀ ଶଙ୍କର ସାହୁ, ନୀତିଶି ଚନ୍ଦ୍ର ବେହେରା, କିଶନ ପଟ୍ଟନାୟକ, ଲଳିତ କୁମାର ସାହୁଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।